ମୟୂରଭଞ୍ଜ : ଗୋଟିଏ ଦିନରେ ଜଣ୍ଡିସ୍‌ ନେଲା ମା’, ପୁଅଙ୍କ ପ୍ରାଣ

Advertisment
ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

Image Source: India Today

କଳାବାଡ଼ିଆ : ବଡ଼ଦିନରେ ଆଖି ବୁଜିଲେ ମା’, ପୁଅ। ମୟୂରଭଞ୍ଜର ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମହୁଲିଶୋଳ ଗ୍ରାମର ବନମାଳି ନାଏକଙ୍କ ପତ୍ନୀ ମାଳତୀ (୫୦) ଓ ତାଙ୍କ ସାନପୁଅ ସୁବୀର (୧୮) ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ମାଳତୀ ଓ ତାଙ୍କ ପୁଅ ସୁବୀରଙ୍କୁ ଗତ ମାସେ ହେଲା ଜ୍ବର ହୋଇଥିଲା। ସ୍ଥାନୀୟ ଡାକ୍ତରଖାନାରୁ ଔଷଧ ଆଣି ଖାଇଥିଲେ ବି ମା’, ପୁଅଙ୍କୁ ଜ୍ବର ଛାଡ଼ି ନଥିଲା। ଶେଷରେ ବାଧ୍ୟ ହୋଇ ସ୍ତ୍ରୀ ଓ ପୁଅଙ୍କୁ ନେଇ ବାରିପଦା ମୁଖ୍ୟ ଡାକ୍ତରଖାନରେ ଦେଖାଇଥିଲେ ବନମାଳି। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଉଭୟଙ୍କୁ ଜଣ୍ଡିସ୍‌ ହୋଇଥିବା କହି ତୁରନ୍ତ କଟକ ବଡ଼ ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ। ତେବେ ଟଙ୍କା ଅଭାବରୁ ସେମାନେ ବାରିପଦାରୁ ଫେରିଆସି ଖୁଣ୍ଟା ଥାନା ଅଧୀନ ରାଈକାଳିର ନିଜ ବନ୍ଧୁଙ୍କ ଘରେ ରହି ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ମାଳତୀଙ୍କ ମୃତ୍ୟୁ ହୋଇଥିବା ସଂପର୍କରେ ସ୍ବାମୀ ବନମାଳିଙ୍କୁ ଖବର ଆସିଥିଲା। ବୁଧବାର ସକାଳେ ସେ ଗାଡ଼ି କରି ପରିବାର ଲୋକଙ୍କ ସହ ରାଈକାଳି ଆସିଥିଲେ। ସେଠାରେ ପହଞ୍ଚିବା ବେଳକୁ ପୁଅର ମଧ୍ୟ ମୃତ୍ୟୁ ହୋଇ ସାରିଥିଲା। ରାଈକାଳିରୁ ଉଭୟଙ୍କ ଶବ ଗାଁକୁ ନିଆଯାଇ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe