ବଜ୍ରାଘାତରେ ମା’ ଓ ପୁଅର ଜୀବନ ଗଲା

Advertisment
ବଜ୍ରାଘାତରେ ମା’ ଓ ପୁଅର ଜୀବନ ଗଲା

India Today

ଅନୁଗୁଳ/ବନ୍ତଳା : ସହର ଉପକଣ୍ଠ ରନ୍ତଲେଇ ଅଞ୍ଚଳରେ ଗତ ରାତିରେ ବଜ୍ରାଘାତରେ ଏକ ସଂଗରେ ମା, ପୁଅଙ୍କ ଜୀବନ ଚାଲିଯାଇଛି। ଆଜି ସନ୍ଧ୍ୟାରେ ମୃତ ମା’ ଭାଲନାବାଇ ବାଳାନାଥ(୪୦) ଓ ତାଙ୍କ ପୁଅ ନନ୍ଦୁ ବାଳାନାଥ(୧୩)ଙ୍କ ଶବ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ତେବେ ରାତି ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ର ରାଜ୍ୟର ଉଦାସ ଅଞ୍ଚଳରୁ କିଛି ଯାଯାବର ପରିବାର ପାଖାପାଖି ଦୁଇ ବର୍ଷ ହେଲା ଆସି ଅନୁଗୁଳଠାରୁ ପ୍ରାୟ ୭ କ‌ିଲୋମିଟର ଦୂର ରନ୍ତଲେଇ ହାଇସ୍କୁଲ ପାଖରେ ତମ୍ବୁ ପକାଇ ରହୁଥିଲେ। ଚେରମୂଳି ଔଷଧ ବିକ୍ରି ସହିତ ସେମାନେ ଅନୁଗୁଳ ସହରକୁ ଆସି ବିଭିନ୍ନ ଛୋଟଧରଣର ବେପାର କରିଥାନ୍ତି। ଗତ ରାତିରେ ଅନୁଗୁଳ ତଥା ଆଖପାଖରେ ଝଡ଼ବର୍ଷା ସହିତ ଘନଘନ ବିଜୁଳି ମାରିଥିଲା। ରାତି ସାରା ବର୍ଷା ଲାଗି ରହିଥିଲା। ରାତି ପ୍ରାୟ ୮ଟାରେ ରନ୍ତଲେଇ ଯାଯାବର ବସ୍ତି ତମ୍ବୁ ଭିତରେ ଭାଲନାବାଇ ବାଳାନାଥ ରୋଷେଇ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ତମ୍ବୁରେ ନିଆଁ ଲାଗିଯିବାରୁ ଭିତରେ ଥିବା ମା-ପୁଅଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe