ସାପକାମୁଡ଼ାରେ ଚାଲିଗଲା ମା’ପୁଅଙ୍କ ଜୀବନ: ମିଳିଲାନି ଆମ୍ବୁଲାନ୍ସ

ଗୁରୁବାର ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ମା’ପୁଅଙ୍କ ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ରାଧିକାଦେଇପୁର ଗ୍ରାମରେ ଘଟିଛି....

Mother and son lost their lives in Sapkamuda: Ambulance not available

Mother and son lost their lives in Sapkamuda: Ambulance not available Photograph: (sambad.in)

ଆନନ୍ଦପୁର: ଗୁରୁବାର ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ମା’ପୁଅଙ୍କ ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ରାଧିକାଦେଇପୁର ଗ୍ରାମରେ ଘଟିଛି। ମୃତକ ଦୁଇ ଜଣ ହେଲେ ଗାଁର ସୁନିଲ ମୁଣ୍ଡାଙ୍କ ପତ୍ନୀ ଜେମାମଣୀ ଓ ୧୦ବର୍ଷିୟ ପୁଅ ଗଣେଶ।

ଗତକାଲି ରାତିରେ ଖାଇସାରି ଉଭୟ ମା’ପୁଅ ଘର ଚଟାଣରେ ଶୋଇଥିଲେ।  ରାତି ୧ଟା ସମୟରେ ଉଭୟ ହଠାତ୍ ଗୁରୁତର ହୋଇପଡିବାରୁ ସ୍ବାମୀ ସୁନିଲ ଉଭୟଙ୍କୁ ନିଜ ବାଇକ୍‌ରେ ବସାଇ ପ୍ରଥମେ ନିକଟସ୍ଥ କେଶଦୂରାପାଳ ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଆମ୍ବୁଲାନ୍ସ ନମିଳିବାରୁ ବିଳମ୍ବରେ ଏକ ପ୍ରାଇଭେଟ୍  କାର ଭଡ଼ାକରି ଉଭୟଙ୍କୁ ଆନନ୍ଦପୁର ମେଡିକାଲ ପହଞ୍ଚାଇଥିଲେ।  ତେବେ ଆନନ୍ଦପୁର ମେଡକାଲପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ଯୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ତାରେ ମା’ଙ୍କର ମୃ୍ତ୍ଯୁ ହୋଇଥିଲା। 

Keonjhar | snake-bites

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe