ସାମାନ୍ୟ ବଚସାକୁ କେନ୍ଦ୍ର କରି ମନ୍ଦିର ସମ୍ମୁଖରେ ରକ୍ତପାତ; ମା’-ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ

Advertisment
ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ମହିଳାକୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ହାଣକାଟ

DNA India

ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲିରେ ସୋମବାର ସନ୍ଧ୍ୟାରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଆହତମାନେ ହେଲେ ସ୍ଥାନୀୟ ରାନୀବନ୍ଧପଡ଼ାର କ୍ରୀଷ୍ଣା ରଣଛୁରିଆ(୨୧) ଓ ତାଙ୍କ ମା’ ଅଶ୍ବିନୀ ରଣଛୁରିଆ(୪୦)। ଏନେଇ ଅଭିଯୋଗ ହେବା ପରେ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେପଟେ, ଘଟଣାର ୨ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ସନ୍ଧ୍ୟାରେ ରାନୀବନ୍ଧପଡ଼ାର ମନ୍ଦିର ସମ୍ମୁଖରେ କ୍ରୀଷ୍ଣା ବସିଥିଲେ। ଏହି ସମୟରେ ପଡ଼ାର ବିଶାଳ ସାହାଣୀ, ବିଜୟ ସାହାଣୀ ଆସି ସେଠାରେ ପହଞ୍ଚିଥିଲେ। ପୂର୍ବରୁ ବିଶାଳ ଓ କ୍ରୀଷ୍ଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଶତ୍ରୁତା ରହିଥିଲା। ତେବେ ସେହି ପ୍ରସଙ୍ଗକୁ କେନ୍ଦ୍ର କରି ବିଶାଳ ପୁଣିଥରେ ଯୁକ୍ତିତର୍କ ଆରମ୍ଭ କରିଥିଲା। ଉଭୟ ପକ୍ଷ ମଧ୍ୟରେ ବେଶ୍‌ କିଛି ସମୟ ଧରି ବଚସା ହେବା ପରେ ବିଶାଳର ଆଉ ୨ ସହଯୋଗୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ କଥାକଟାକଟି ଚାଲିଥିଲା। ଏହି ସମୟରେ ବିଶାଳ ଓ ତା’ର ସହଯୋଗୀ କ୍ରୀଷ୍ଣାଙ୍କୁ ମାର୍‌ପିଟ୍‌ ଆରମ୍ଭ କରିଥିଲେ। କ୍ରୀଷ୍ଣାଙ୍କ ଚିତ୍କାର ଶୁଣି ତାଙ୍କ ମା’ ଅଶ୍ବିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହାପରେ ବିଶାଳ ଓ ତାଙ୍କ ସହଯୋଗୀମାନେ ଖଣ୍ଡା ବାହାର କରି ଉଭୟ ମା’ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସୂଚନା ପାଇ ଅଇଁଠାପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଶ୍ବିନୀ ଓ କ୍ରୀଷ୍ଣାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅଶ୍ବିନୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସମୟରେ କ୍ରୀଷ୍ଣାଙ୍କ ମୁହଁ, ପିଠି ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe