ଛୁଆର ତଣ୍ଟି କାଟି ମାଆର ଆତ୍ମହତ୍ୟା ଉଦ୍ୟମ

ଛୁଆର ତଣ୍ଟି କାଟି ମାଆର ଆତ୍ମହତ୍ୟା ଉଦ୍ୟମ

publive-imageବନ୍ତ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତର ଚଣ୍ଡିପୁର ଗ୍ରାମର ସୁଶାନ୍ତ ଜେନାଙ୍କ ସ୍ତ୍ରୀ ସୁଭଦ୍ରା (୨୩) ଆଜି ସନ୍ଧ୍ୟାରେ ନିଜ ତିନି ମାସର ପୁଅର ତଣ୍ଟି କାଟି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଘରେ ନ ଥିବା ବେଳେ ସୁଭଦ୍ରା ଏକ ଧାରୁଆ ଅସ୍ତ୍ରରେ ନିଜ ତିନି ମାସର ପୁଅର ତଣ୍ଟି କାଟିବାକୁ ଉଦ୍ୟମ କରିଥିଲା। ଏଥିରେ ବିଫଳ ହେବାରୁ ନିଜ ବେକକୁ କାଟିବାକୁ ଉଦ୍ୟମ କରିଥିଲେ। ଛୁଆର ଚିତ୍କାର ଶୁଣି ପରିବାର ଲୋକେ ଆସି ଉଭୟ ମାଆ ଓ ପୁଅକୁ ବନ୍ତ ମେଡିକାଲ ଓ ପରେ ଭଦ୍ରକ ସ୍ଥାନାନ୍ତରିତ କରିଛନ୍ତି। ଦୁହିଁଙ୍କ ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe