ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାର ଅବହେଳାରୁ ମା ଓ ଛୁଆଙ୍କର ମୃତ୍ୟୁ ଅଭିଯୋଗ

Advertisment
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାର ଅବହେଳାରୁ ମା ଓ ଛୁଆଙ୍କର ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୁତି ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଆଗରପଡ଼ା ଥାନା ବିରିଡ଼ି ଅଞ୍ଚଳର ୨୮ ବର୍ଷୀୟା ମଞ୍ଜୁଲତା ଘଡ଼େଇ ଦ୍ଵିତୀୟ ସନ୍ତାନ ପାଇଁ ପ୍ରସବ ଯନ୍ତ୍ରଣା ନେଇ ଗତକାଲି ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ(ଏମ୍ ସି ଏ ଚ )କୁ ରେଫର କରାଯାଇଥିଲା। ସେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ( ଏମ୍ ସି ଏ ଚ )ରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ରାତିରେ ତାଙ୍କୁ ଓ ଟିକୁ ନେଇଥିଲେ। ପରେ ତାଙ୍କୁ ବାହାର କରି ଆଣିଥିଲେ। ଇଞ୍ଜେକସନ ମଧ୍ୟ ଦେଇଥିଲେ। ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ରାତି ଦୁଇଟା ପର୍ଯ୍ୟନ୍ତ ପକାଇ ରଖିଲେ। ମଞ୍ଜୁଲତାଙ୍କ ସ୍ଵାମୀ ଅଭିମନ୍ୟୁ ଘଡେଇ ବାରମ୍ବାର ସ୍ତ୍ରୀ ଅସହ୍ୟ ଯନ୍ତ୍ରଣା ନେଇ ଡାକ୍ତରଙ୍କୁ ଗୁହାରି କରିଥିଲେ।

ଡାକ୍ତର ଓ ନର୍ସ କେହି ଶୁଣିନଥିଲେ। ପରେ ମଞ୍ଜୁଲତାଙ୍କୁ କଟକ ନେଵାକୁ ଡାକ୍ତର କହିଥିଲେ। ରାତି ୨ଟା ୩୦ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ କରୁଛି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ପୁଲିସ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ଏହି ଘଟଣାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଘଟଣାରେ ତଦନ୍ତ ଚାଲିଛି। ତଦନ୍ତ ପରେ ଯାହା ଜଣାପଡ଼ିବ। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe