ଜ୍ବର ଲାଗି ରହିଥିବାରୁ ୨ ଶିଶୁଙ୍କୁ ଚେଙ୍କ ଦେଲା ମାଆ

ମାମୁ ବିବାହରେ ଯୋଗଦେବାକୁ ଆସି ଶିଶୁକନ୍ୟାର ମୃତ୍ୟୁ; ନାଚୁଥିବା ସମୟରେ ଉପରେ ପଡ଼ିଗଲା ସାଉଣ୍ଡ ବକ୍ସ

News18

ଯାଜପୁର : ଯାଜପୁର ଜିଲ୍ଲା‌ରେ ୨ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଦୁହିଁଙ୍କ ମଧ୍ୟରୁ ନଗଡ଼ାରେ ଚିକିତ୍ସା ପାଇଁ ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିବା ବେଳେ ବଡ଼ଚଣାରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ଓ ଚେଙ୍କ ଦିଆଯାଇଥିବା ଅଭି‌ଯୋଗ ହୋଇଛି। ନଗଡ଼ା ନିକଟସ୍ଥ ଗୁହିଆଶାଳ ରାଜସ୍ବ ମୌଜାର ଲକ୍ଷ୍ମୀ ଓ ବଇଶା ପ୍ରଧାନଙ୍କ ପୁଅ ମୁନା(୩) ମୁଣ୍ଡରେ ଚେଙ୍କ ଦିଆଯାଇଛି। ପୁଅକୁ ୪ ଦିନ ଧରି ଜ୍ବର ଲାଗି ରହିଥିବାରୁ ମାଆ ଏହିଭଳି ଭାବେ ଉପଚାର କରିଥିଲେ ଏବଂ ତା’ର କପାଳରେ ଚେଙ୍କ ଦେଇନଥିଲେ। ଜ୍ବର ନକମିବାରୁ ଲକ୍ଷ୍ମୀ ଆଜି ପୁଅକୁ ଅଣଆନୁଷ୍ଠାନିକ ଶିକ୍ଷକ ଅନାମ ଜୁଆଙ୍ଗଙ୍କ ପାଖକୁ ଆଣିଥିଲେ। ଶ୍ରୀ ଜୁଆଙ୍ଗ ପରୀକ୍ଷା କରିବାରୁ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ଜଣାପଡ଼ିଥିଲା। ମାଆପୁଅଙ୍କୁ ଆଜି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଘଟଣା ଘଟିଛି ବଡ଼ଚଣା ଅଞ୍ଚଳରେ। ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସିଆ ପଞ୍ଚାୟତ କାଇମାଟିଆ ଅଞ୍ଚଳର ଜଣେ ମହିଳା ଗତ ୨୦୧୮ ମସିହାରେ ଜଗତସିଂହପୁର ଜିଲ୍ଲା ତାରପୁର ଅଞ୍ଚଳରେ ବିବାହ କରିଥିଲେ। ପୁଅ ଜନ୍ମହେବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ହେବାରୁ ମହିଳା ଜଣକ ସମ୍ପର୍କୀୟଙ୍କ ସହ ରହି ଆସୁଥିଲେ। ସେହିସମୟରୁ ମହିଳା ଜଣକ ନିଜ ଚାରିବର୍ଷର ପୁଅକୁ ନିର୍ଯାତନା ଦେଇ ଆସୁଥିଲେ। ସିଗାରେଟ୍‌ ଚେଙ୍କ ଦେବାସହ ମାଡ଼ ମାରୁଥିଲେ। ଆଜି ସେହି ପିଲାକୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe