ଝିଅ ଆଗରେ ମା'ର ଆତ୍ମହତ୍ୟା

Advertisment
ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ହରିଚନ୍ଦନପୁର : ଦୁଇବର୍ଷର ଝିଅ ଆଗରେ ମା' ନିଜ ପିନ୍ଧାଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ଗ୍ରାମର ପ୍ରଦୀପ କୁମାର ମହାରଣାଙ୍କ ପତ୍ନୀ ତପସ୍ବିନୀ ମହାରଣା (୨୨)। ଘରୋଇ କଳହକୁ କେନ୍ଦ୍ରକରି ସୋମବାର ଅପରାହ୍‌ଣରେ ତପସ୍ବିନୀ ଗାଁ ପାଖ ଏକ ନର୍ସରିରେ ଥିବା ବରଗଛରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସ୍ଵାମୀସ୍ତ୍ରୀ ଦୁଇବର୍ଷର ଝିଅକୁ ନେଇ ହରିଚନ୍ଦନପୁର ଆସିଥିଲେ। ହରିଚନ୍ଦନପୁରରେ ସ୍ବାମୀ ରହି ଯାଇଥିଲେ। ତପସ୍ବିନୀ ଝିଅକୁ ନେଇ ପଳାଇ ଆସିଥିଲେ। ହେଲେ ଘରକୁ ନଆସି ଗାଁ ପାଖ ନର୍ସରିରେ ଥିବା ଏକ ବରଗଛ ପାଖରେ ଦୁଇବର୍ଷର ଝିଅକୁ ଛିଡ଼ା କରାଇ ପିନ୍ଧା ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। ଏ ସମ୍ପର୍କରେ ସ୍ବାମୀ ପ୍ରଦୀପ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe