ଶୋଇଥିବା ବେଳେ ଛାତ ଭୁଶୁଡ଼ିବାରୁ ମା‘ ଓ ଝିଅ ଆହତ

Advertisment
ଶୋଇଥିବା ବେଳେ ଛାତ ଭୁଶୁଡ଼ିବାରୁ ମା‘ ଓ ଝିଅ ଆହତ

ବ୍ରହ୍ମପୁର :ଶୋଇଥିବା ବେଳେ ଛାତ ଭୁଶୁଡ଼ିବାରୁ ଦୁଇ ଜଣ ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ ଖମ୍ବାରି ଗାଁ ପଞ୍ଚାୟତର ବାଡ଼ିତୋଳା ଗାଁରେ ଗତକାଲି ବିଳମ୍ବିତ ରାତିରେ ମାଆ ସୁଜାତା ଗୌଡ଼ ଓ ତାଙ୍କ ଝିଅ ଲିଜା ଗୌଡ଼ ନିଜ ଘରେ ଶୋଇଥିଲେ। ସୁଜାତା ଗୌଡ଼ଙ୍କ ବୟସ ୪୫ ବର୍ଷ ଏବଂ ଲିଜାଙ୍କର ବୟସ ୧୨ ବର୍ଷ ବୋଲି ଜଣାଯାଇଛି।

publive-image

ସେଦୁହେଁ ଶୋଇଥିବା ସମୟରେ ଘରର ଛାତର ଝିକର ଖସିପଡ଼ିଥଲା। ଏହାଫଳରେ ସୁଜାତା ଗୌଡ଼ଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ଲିଜାଙ୍କର ଦେହ ବି ଖଣ୍ଡିଆ ଖାବରା ହୋଇଥିଲା। ଏହାପରେ ସେଦୁହେଁ ଚିତ୍କାର କରିଥିଲେ ଏବଂ ପଡ଼ୋଶୀମାନେ ଉଭୟଙ୍କୁ ଘର ଭିତରୁ କାଢ଼ି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରି ଯାଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ସମୟରେ ସୁଜାତା ଓ ଲିଜା ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe