ଘର ପୋଡ଼ିଗଲା : ମା’ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

Advertisment
ଘର ପୋଡ଼ିଗଲା : ମା’ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

କଳାବାଡ଼ିଆ : ଆଜି ସନ୍ଧ୍ୟାରେ ଏକ ଘରେ ନିଅାଁ ଲାଗି ଜଣେ ମହିଳା ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ୱାମୀ ଓ ୭ ବର୍ଷର ଝିଅ ମଧ୍ୟ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ପଛପଟ ଆଖଡ଼ାଶାଳରେ ଘଟିଛି ଏହି ଦୁର୍ଘଟଣା। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କୌଣସି କାରଣରୁ ବାବୁ ସିଂଙ୍କ ଏକବଖରା ଘରେ ନିଅାଁ ଲାଗିଯାଇଥିଲା। ଘରୁ ବାହାରି ନପାରିବାକୁ ତାଙ୍କ ପତ୍ନୀ ବୀଣା ସିଂ (୨୬) ଜୀବନ୍ତ ଜଳିଯାଇଥିଲେ। ବାବୁ କୌଣସିମତେ ତାଙ୍କ ଝିଅ ଚୁମ୍‌କି ସିଂଙ୍କୁ ଧରି ବାହାରି ଆସିଥିଲେ। ଚୁମକିଙ୍କ ଅବସ୍ଥା ଗୁରୁତର ରହିଛି। ଏହାପରେ ବାବୁ ସିଂଙ୍କୁ କେହି ଦେଖିବାକୁ ପାଉନାହାନ୍ତି। ଗାଁ ଲୋକେ ଆଖପାଖରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ସେ ମିଳିନାହାନ୍ତି। ଦମକଳ ଗାଡ଼ି ପହଞ୍ଚିିଲାବେଳକୁ ସବୁ ଜଳିସରିଥିଲା। ନିଅାଁ ଲାଗିବାର କୌଣସି କାରଣ ଜଣାପଡ଼ି ନାହିଁ। ଗୁରୁତର ଅବସ୍ଥାରେ ଚୁମ୍‌କିଙ୍କୁ ୧୦୮ ଆମ୍ବୁଲାନ୍‌ସରେ ବାରିପଦା ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe