କୋଲାବିରା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲି ଗାଁରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି। ଘତିଆ ସରାଫଙ୍କ ସ୍ତ୍ରୀ ଭୂମିସୂତା (୬୫) ଶୁକ୍ରବାର ଅପରାହ୍ଣରେ ଗାଁର ଶିବ ମନ୍ଦିର ନିକଟକୁ ଶୌଚ ପାଇଁ ଯାଇଥିଲେ। ହଠାତ ବହୁ ସଂଖ୍ୟାରେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ଏହା ଶୁଣି ତାଙ୍କ ପୁଅ ଲାଲବିହାରୀ ସରାଫ ଏକ କମ୍ବଳ ଧରି ନିଜ ମା’ଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳରେ ପହଞ୍ଚିଲେ। ସେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୂମିସୁତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଆହତ ଲାଲବିହାରୀ ଏବେ ସୁସ୍ଥ ଅଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us