ଝିଅ ଆତ୍ମହତ୍ୟାର ୬ ଦିନ ପରେ ମା’ ମୃତ

Two more children, one pregnant, also suffered from malnutrition

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଦଶରଥପୁର : ଝିଅ ଆତ୍ମହତ୍ୟା କରିବାର ୬ ଦିନ ପରେ ମା’ର ମୃତ୍ୟୁ। ମୃତ ମହିଳା ମଙ୍ଗଳପୁର ବଜାର ନିକଟସ୍ଥ ଗାୟତ୍ରୀ କଲୋନିରେ ରହୁଥିବା ମନୋଜା ମଞ୍ଜରୀ ନାୟକ। ତାଙ୍କ ବିବାହିତ ଝିଅ ସୁମନରାଣୀ ନାୟକ (୨୫) ଗତ ୨୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ବାପଘ‌ରେ ବାରଣ୍ଡାରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।

ମଙ୍ଗଳପୁର ଗ୍ରାମର ଅଶ୍ରୁମୋଚନ ବିଶ୍ୱାଳ (ଘାସନ)ଙ୍କ ସହ ଗତ ଡିସେମ୍ବର ୧୨ରେ ସୁମନରାଣୀ ନାୟକ(୨୫)ଙ୍କ ବିବାହ ହୋଇଥିଲା। ଶାଶୂଘରେ ଯୌତୁକ ନିର୍ଯାତନା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ନେଇ ମା’ ମନୋଜା ମଞ୍ଜରୀ ଥାନାରେ ଏତଲା ଦେଇଥିଲେ। ମଙ୍ଗଳପୁର ପୁଲିସ ପକ୍ଷରୁ କେସ ନଂ ୪୬୪ ରୁଜୁ କରି ଏହାର ତଦନ୍ତ କରୁଛି। ଏହାରି ଭିତରେ ଝିଅ ମୃତ୍ୟୁରେ ମ୍ରିୟମାଣ ହୋଇ ପୂର୍ବରୁ ଅସୁସ୍ଥ ଥିବା ସୁମନଙ୍କ ମା’ ଗତକାଲି ଆଖି ବୁଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe