ବାରହା ଆକ୍ରମଣରେ ଚାଲିଗଲା ମାଆଙ୍କ ଜୀବନ, ପୁଅ ଗୁରୁତର

ବାରହା ଆକ୍ରମଣରେ ଚାଲିଗଲା ମାଆଙ୍କ ଜୀବନ, ପୁଅ ଗୁରୁତର

ବିନିକା: ଆଜି ସକାଳ ପ୍ରାୟ ୧୦ଟା ସମୟରେ ବିନିକା ଜଙ୍ଗଲ ବିଭାଗ ରେଞ୍ଜ ଅଧୀନସ୍ଥ ରାମପୁର ଫରେଷ୍ଟ ଅନ୍ତର୍ଗତ ପାପି ଗ୍ରାମରେ ବାରହା ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରେଖା ବାଘ  (୫୫), ତାଙ୍କ ପୁଅ ବଳଦେବ ବାଘ(୩୫) ଝାର‌କଦଲିପାଲି ଗ୍ରାମ ଅଞ୍ଚଳରେ ଥିବା ନିଜ ଚାଷ ଜମିରେ କାଠ ସଂଗ୍ରହ କରୁଥିଲାବେଳେ ଅଚାନକ ବାରହା ଆସି ମା ଓ ପୁଅଙ୍କୁ ଆକ୍ରମଣ କରିଥିଲା।

ଆକ୍ରମଣ ଫଳରେ ଉଭୟେ ଗୁରୁତର ହୋଇଯାଇଥିଲେ। ବାରହା ଆକ୍ରମଣରେ ଗୁରୁତର ଥିବା ପରିଵାର ଲୋକେ ଖବର ପାଇ ୧୦୮ଯୋଗେ ବିନିକା ଡାକ୍ତରଖାନକୁ ଆଣିଥିଲେ। ବିନିକା ଡାକ୍ତରଖାନରେ ଡାକ୍ତର ମା ରେଖା ବାଘଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ବଳଦେବଙ୍କୁ  ଚିକିତ୍ସା ପରେ ଵୁର୍ଲା ଭିମସାରକୁ ପଠାଇ ଦିଆଯାଇଛି। କିନ୍ତୁ ବଳଦେବ ଗୁରୁତର ହୋଇଥିଲେ ମଧ୍ୟ ବାରମ୍ବାର ୧୦୮କୁ ଫୋନ କରୁଥିଲେ ମଧ୍ୟ ଗାଡ଼ି ମହଜୁଦ ନଥିବା ଅଧିକାରୀଙ୍କ ପାଖରୁ ଉତ୍ତର ପାଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏହିପରି ଗୁରୁତର ଥାଇ ୧୦୮ ମିଳୁନଥିବାରୁ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe