ଅସୁସ୍ଥ ମା’ଙ୍କୁ ଡାକ୍ତରଖାନାକୁ ଆଣୁଥିଲେ ପୁଅ: ବ୍ରିଜ ଉପରେ ବୃଦ୍ଧାଙ୍କୁ ଡାକିନେଲା ଯମ

Advertisment
ଅସୁସ୍ଥ ମା’ଙ୍କୁ ଡାକ୍ତରଖାନାକୁ ଆଣୁଥିଲେ ପୁଅ: ବ୍ରିଜ ଉପରେ ବୃଦ୍ଧାଙ୍କୁ ଡାକିନେଲା ଯମ

ବୌଦ୍ଧ: କିଆକଟା ମହାନଦୀ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ବାଇକ୍ ରେ ଥିବା ମା ଓ ପୁଅ ଗୁରୁତର ଅବସ୍ଥାରେ ବୌଦ୍ଧ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ମା ଗୁରୁବାରୀ ପ୍ରଧାନ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ମୃତ୍ୟୁବରଣ କରିଥିବାର ବେଳେ ପୁଅ ସୁଜିତ୍ ପ୍ରଧାନ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ତାନାନ୍ତର ହୋଇଛନ୍ତି।

ସୂଚନା ଅନୁଯାୟୀ ମା ଗୁରୁବାରୀଙ୍କ ଦେହ ଅସୁସ୍ଥ ଥିବାରୁ ପୁଅ ସୁଜିତ୍ ପ୍ରଧାନ ବୌଦ୍ଧ ହସ୍ପିଟାଲକୁ ଆଣୁଥିବା ସମୟରେ ଡାକିନେଲା ଯମ। ସଡ଼କ ଦୁର୍ଘଟଣାରେ ଚାଲିଗଲା ମାର ଜୀବନ, ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର। ବୌଦ୍ଧ-କିଆକଟା ବ୍ରିଜ ଉପରେ ବାଇକକୁ ପିଟିଲା ଟ୍ରକ। ଦୁର୍ଘଟଣାରେ ଚାଲିଗଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe