ଘର ପିଣ୍ଡାରେ ବୋହୂର ଧାରଣା: ବିଷ ପିଇ ଶାଶୂଙ୍କ ଆତ୍ମହତ୍ୟା

ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା, ଅଧିକାରୀ ଶୁଣିଲେନି ଗୁହାରି

Patrika

ଗଞ୍ଜାମ : ଗଞ୍ଜାମ ଏନ୍‌ଏସିରେ ଏକ ଯୌତୁକ ନିର୍ଯାତନା ପ୍ରସଙ୍ଗକୁ ନେଇ ଅଭାବନୀୟ ଘଟଣା ଘଟିଛି। ବାପା ଘରକୁ ଚାଲି ଯାଇଥିବା ବୋହୂ ଶ୍ବଶୁର ଘର ବାରଣ୍ଡାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିବା ଏବଂ ଲୋକଲଜ୍ଜା ଯୋଗୁଁ ଶାଶୂ ଟଏଲେଟ୍‌ ଏସିଡ୍‌ ପିଇ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ‌, ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ନରାୟଣ ପଣ୍ଡାଙ୍କ ପୁଅ ସୁଜିତ ପଣ୍ଡା ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମର ଗୋପାଳ ପଣ୍ଡାଙ୍କ ଝିଅ ତନ୍ମୟୀ ପଣ୍ଡାଙ୍କୁ ୨୦୨୦ ଜାନୁଆରି ୧୮ ତାରିଖରେ ବିବାହ କରିଥିଲେ। ବିବାହର ଦୁଇ ମାସ ପରେ ଅଧିକ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ମାନସିକ ଚାପ ପକାଉବା ଅଭିଯୋଗ ଆଣି ବୋହୂ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବାପ ଘରେ ରହିବା ପରେ ୨୦୨୧ ମସିହାରେ ସେ ଶ୍ବଶୁର ଘରକୁ ଆସିଥିଲେ। ତଥାପି ଶ୍ବଶୁର ଘର ନିର୍ଯାତନା ଥମି ନଥିଲା। ଅତିଷ୍ଠ ହୋଇ ତନ୍ମୟୀ ଗତକାଲି ଗଞ୍ଜାମ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଉଭୟ ପକ୍ଷଙ୍କୁ ଡକାଇ ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତନ୍ମୟୀଙ୍କ ଦାବି ଥିଲା ଯେ ଶ୍ବଶୁର ଘର ଲୋକେ ତାଙ୍କୁ ବୋହୂ ଭାବେ ରଖନ୍ତୁ, ନଚେତ୍‌ ତାଙ୍କର ସୁନା ଗହଣା, ଟଙ୍କା ଓ ସମସ୍ତ ଆସବାବପତ୍ର ଫେରସ୍ତ କରନ୍ତୁ। ଶ୍ବଶୁର ଘର ଲୋକେ ଏଥିରେ ରାଜି ନହେବାରୁ ଶଶୁର ଘର ଆଗରେ ତନ୍ମୟୀ ଧାରଣାରେ ବସିଥିଲେ।

ତନ୍ମୟୀ ବାରଣ୍ଡାରେ ଧାରଣାରେ ବସିଥିବା ଖବର ପ୍ରଚାରିତ ହେବା ପରେ ସେଠାରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା ଏବଂ ଲୋକେ କଟୁକ୍ତି କରୁଥିବା ଦେଖା ଯାଇଥିଲା‌। ଲୋକଲଜ୍ଜା ସହି ନପାରି ଆଜି ସକାଳେ ଶାଶୂ ସୁଷମା ପଣ୍ଡା(୬୦) ଟଏଲେଟ୍‌ରେ ଥିବା ଏସିଡ୍‌ ଓ ଫିନାଇଲ୍‌ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଏସ୍‌ଡିପିଓ ଗୌତମ କିଷାନ, ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe