ବାଲେଶ୍ୱର: ଟ୍ରେନ ଆଗକୁ ଡେଇଁ ମା-ଝିଅଙ୍କ ଆତ୍ମହତ୍ୟା

Advertisment
ବାଲେଶ୍ୱର: ଟ୍ରେନ ଆଗକୁ ଡେଇଁ ମା-ଝିଅଙ୍କ ଆତ୍ମହତ୍ୟା

ବାଲେଶ୍ୱର: ସୋର ରେଳଷ୍ଟେସନରେ ଶୁକ୍ରବାର ଅପରାହ୍ଣରେ ମାଲଗାଡ଼ି ଟ୍ରେନ୍‌ ଆଗକୁ ଡେଇଁ ମା-ଝିଅ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ସିଡିଏରେ ରହୁଥିବା ଦୀନେଶ ପାଣ୍ଡେଙ୍କ ପତ୍ନୀ ଉର୍ମିଲା ପାଣ୍ଡେ ଓ ୫ବର୍ଷର ଝିଅ କଟକରୁ ଧଉଳି ଏକ୍ସପ୍ରେସରେ ଚଢ଼ିଥିଲେ। ସେମାନେ ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଓହ୍ଲାଇଥିଲେ। କିଛି ସମୟ ପରେ ଏକ ମାଳଗାଡ଼ି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଝିଅଙ୍କୁ ସୋର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପାରିବାରିକ ଅଶାନ୍ତିରୁ ମା-ଝିଅ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଆରପିଏଫର ପ୍ରଥମ ତଦନ୍ତରୁ ଜାଣି ପାରିଛି। ସୂଚନାଯୋଗ୍ୟ ଉର୍ମିଳାଙ୍କ ବାପ ଘର ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe