ଅଣ୍ଡା ତରକାରି ନ କରିବାରୁ ମା’ଙ୍କୁ ମାରିଦେଲା ପୁଅ

ସରଫଗଡ ଡ୍ୟାମ୍ ବନ୍ଧ ଉପରେ ଛତିଶଗଡ଼ ଯୁବକଙ୍କୁ ହତ୍ୟା!

ଝାରସୁଗୁଡା: ଅଣ୍ଡା ତରକାରି କରିବାକୁ ମା’କୁ କହିଥିଲା ପୁଅ। ମା’ ତରକାରି କରିବାକୁ ରାଜି ହୋଇନଥିଲେ। ମନା କରିଦେବାରୁ ବିଧବା ମା’କୁ ହତ୍ୟା କରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ୍‌ ଗ୍ରାମରେ। ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଇବ୍‌ ଗ୍ରାମରେ ରାଜେଶ ଭୋଇ(୨୭) କୋଇଲା ଖଣିରେ ‌ଶ୍ରମିକ ଭାବରେ କାମ କରନ୍ତି। ସୋମବାର ରାତି ପ୍ରାୟ ୯ ଟାରେ ସେ କାମରୁ ଫେରିବା ବେଳେ ଅଣ୍ଡା କିଣି ଘରକୁ ଆସିଥିଲା। ଘରେ ସେ ତାର ମା’ଙ୍କୁ ଅଣ୍ଡା ତରକାରି କରିବାକୁ କହିଥିଲା। ତେବେ ମା’ କୁମୁଦିନୀ ଅନ୍ୟ କାମରେ ବ୍ୟସ୍ତ ରହି ତରକାରି କରିପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ରାଜେଶ ଏକ ଧାରୁଆ ଅସ୍ତ୍ରରେ ମା’ କୁମୁଦିନୀଙ୍କ ମୁଣ୍ଡକୁ ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଚିତ୍କାର ଶୁଣି ପାଖ ଘ‌ରେ ଥିବା ରାଜେଶଙ୍କ କାକା ହେମସାରଗ ଘଟଣାସ୍ଥଳରେ ପହଞ୍ଚି କୁମୁଦିନୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜେଶକୁ ଗିରଫ କରିଥିବା ବେଳେ ମୃତ ଦେହ ଜବତ କରିଥିଲା। ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଥିଲା। ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe