ମୋବାଇଲ ଫୋନ୍‌ ପାଇଁ ମା’ଙ୍କୁ ହତ୍ୟା: ମାତୃହନ୍ତାକୁ ଗିରଫ କଲା ପୁଲିସ

Advertisment

ମୋବାଇଲ୍‌ ଫୋନ୍‌ ପାଇଁ ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଆଜି ଏମିତି ଏକ ଛାତିଥରା ଘଟଣା ଘଟିଛି ଅନୁଗୁଳ ସହର ସୁସୁଡ଼ା ଶାନ୍ତିମାର୍ଗପଡ଼ାରେ। ପୁଲିସ ମାତୃହନ୍ତା ସରୋଜ ନାଏକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ମୋବାଇଲ୍‌ ଫୋନ୍‌ ପାଇଁ ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଆଜି ଏମିତି ଏକ ଛାତିଥରା ଘଟଣା ଘଟିଛି ଅନୁଗୁଳ ସହର ସୁସୁଡ଼ା ଶାନ୍ତିମାର୍ଗପଡ଼ାରେ। ପୁଲିସ ମାତୃହନ୍ତା ସରୋଜ ନାଏକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଜେଡିୟୁ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା

ଅନୁଗୁଳ: ମୋବାଇଲ୍‌ ଫୋନ୍‌ ପାଇଁ ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଆଜି ଏମିତି ଏକ ଛାତିଥରା ଘଟଣା ଘଟିଛି ଅନୁଗୁଳ ସହର ସୁସୁଡ଼ା ଶାନ୍ତିମାର୍ଗପଡ଼ାରେ। ପୁଲିସ ମାତୃହନ୍ତା ସରୋଜ ନାଏକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ସୁଧାକର ନ‌ାଏକ ତାଙ୍କ ପତ୍ନୀ ଲତା ନାଏକ (୬୯) ଓ ପୁଅ ସରୋଜ ନାଏକ (୨୪)ଙ୍କ ସହ ଏହି ଶାନ୍ତିମାର୍ଗପଡ଼ାରେ ରହୁଥିଲେ। ଏକ ନୂଆ ମୋବାଇଲ ଫୋନ୍‌ କିଣିବା ପାଇଁ ସରୋଜ ସବୁବେଳେ ବାପା, ମା’ଙ୍କୁ ଟଙ୍କା ମାଗୁଥିଲେ। ହେଲେ ଘରର ଅସୁବିଧା ପାଇଁ ‌ସେମାନେ ମୋବାଇଲ୍‌ ଫୋନ୍‌ କିଣି ଦେବାକୁ ସକ୍ଷମ ହେଉନଥିଲେ। ଏଥିପାଇଁ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ଏହାକୁ କେନ୍ଦ୍ର କରି ଗତକାଲି ରାତିରେ ଘରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା।

ଆଜି ଭୋର୍‌ରୁ ସୁଧାକର ହାଟକୁ ଚାଲି ଯାଇଥିଲେ। ଏହି ସମୟରେ ସରୋଜ ତା’ ମାକୁ ଏକ ଠେଙ୍ଗାରେ ବାଡ଼େଇ ବାଡ଼େଇ ମାରି ଦେଇଥିଲା। ଏଥିନେଇ ତାଙ୍କ ପୁତୁରା ଜାଣିବା ପରେ ସୁଧାକରଙ୍କୁ ଖବର ଦେଇଥିଲେ। ସୁଧାକର ପହଞ୍ଚିଲା ବେଳକୁ ପତ୍ନୀଙ୍କ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଭୋର୍‌ରେ ମା’ ପାଟି କରିବାରୁ ତାକୁ ବାଡ଼େଇ ହତ୍ୟା କରିଥିବା ନେଇ ସରୋଜ ତା’ ବାପାଙ୍କୁ କହିଥିଲା। ସୁଧାକରଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି ପୁଲିସ। ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏପଟେ ଅଭିଯୁକ୍ତ ପୁଅ ସରୋଜକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe