୮୫ ବର୍ଷୀୟ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲା ଝିଅ

Advertisment
୮୫ ବର୍ଷୀୟ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲା ଝିଅ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫)। ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ସ୍ବର୍ଗତଃ ବିଭୂତି ଭୂଷଣ ଦାସଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସଙ୍କ ସହିତ ତାଙ୍କ ସ୍ବାମୀ ପରିତ୍ୟକ୍ତା ଝିଅ ଆଶାଲତା ଦାସ(୫୫)@ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ମା’ଙ୍କ ସହ ଆଶାଲତା ବହୁ ବାର କଳି କରୁଥିଲେ। ଆଜି ପୂର୍ବାହ୍ନରେ ମା’ ସହ କଳି ହେବାରୁ କାଠ କବାଟର ଡିକିରାକୁ ଭିଡ଼ି ଆଣି ଲଗାତାର ପିଟି ଚାଲିଥିଲେ। ଏଥିରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଆଶାଲତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।

ସୂଚନାଯୋଗ୍ୟ, ସ୍ବର୍ଗତଃ ବିଭୂତି ଭୂଷଣ ଦାସଙ୍କ ୫ଜଣ ଝିଅ ଓ ଗୋଟିଏ ପୁଅ। ସମସ୍ତେ ବିବାହିତ। ଚତୁର୍ଥ ଝିଅ ଆଶାଲତା ଢେଙ୍କାନାଳ ସଦରରେ ୩୦ ବର୍ଷ ପୂର୍ବରୁ ବିବାହ କରିଥିଲେ। କିନ୍ତୁ ସେ ବିବାହର ୬ ମାସ ମଧ୍ୟରେ ସ୍ବାମୀ ଘରୁ ଚାଲିଆସି ବାପ ଘର ବ୍ରାହ୍ମଣଖଣ୍ଟଖୋଲରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe