ନିଜ ଜନ୍ମକଲା ତିନି ବର୍ଷର ଝିଅକୁ ହତ୍ୟା କଲା ମା’, ଥାନାରେ ଅଭିଯୁକ୍ତାଙ୍କୁ ଅଟକ ରଖିଲା ପୁଲିସ

Advertisment
ନିଜ ଜନ୍ମକଲା ତିନି ବର୍ଷର ଝିଅକୁ ହତ୍ୟା କଲା ମା’, ଥାନାରେ ଅଭିଯୁକ୍ତାଙ୍କୁ ଅଟକ ରଖିଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀରରେ ନିଜ ଜନ୍ମକଲା ଝିଅକୁ ନିଜେ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଠିକାଦାର ପଡ଼ାର ପ୍ରସନ୍ନ ବାଗଙ୍କ ତିନି ବର୍ଷର ଝିଅ ସୌମ୍ୟାର ମୃତ ଦେହ ଆଜି ସକାଳୁ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଗତ କାଲି ରାତିରୁ ସୌମ୍ୟା ନିଖୋଜ ଥିଲା।

ଆଜି ସକାଳୁ ତାଲପାଲି ପଡ଼ା ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଲୋକେ ଛୋଟ ଝିର ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତ ଝିଅର ମୁହଁରୁ ରକ୍ତ ବାହାରୁଥିଲା। ପ୍ରସନ୍ନ ନିଜେ ଝିଅର ଶବକୁ ଧରି ଥାନାକୁ ପହଞ୍ଚିଥିଲେ । ଏହା ସହିତ ନିଜର ସ୍ତ୍ରୀ ସତ୍ୟା ବାଗ ହିଁ ସୌମ୍ୟାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପ୍ରସନ୍ନ । ଗତ ୨୧ ତାରିଖରୁ ପ୍ରସନ୍ନଙ୍କ ସ୍ତ୍ରୀ ସତ୍ୟା ପରକୀୟା ପ୍ରୀତି କରି ଅନ୍ୟ ଜଣେ ବ୍ୟକ୍ତିଙ୍କସହ ଘରୁ ଫେରାର ହୋଇଥିଲେ। ଘରେ ଦୁଇଟି ଝିଅ ରହିଯାଇଥିଲେ । ଗତକାଲି ସନ୍ଧ୍ୟାରେ ସତ୍ୟା ନିଜର ସାନ ଝିଅ ସୌମ୍ୟାକୁ ସାଙ୍ଗରେ ନେଇଯାଇଥିଲେ।

publive-image

ତେଣୁ ସେ ଏବଂ ତାଙ୍କର ପ୍ରେମିକ ସୌମ୍ୟାକୁ ହତ୍ୟା କରିଛନ୍ତି ବୋଲି ପ୍ରସନ୍ନ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ପ୍ରସନ୍ନଙ୍କର ସ୍ତ୍ରୀ ସତ୍ୟାଙ୍କୁ ବଲାଙ୍ଗୀର ଟାଉନ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି । ଏହି ଘଟଣା ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe