ଚାରି ବର୍ଷ ବୟସର ଶିଶୁକନ୍ୟାକୁ ମାରି ପୋତିଦେଲା ମା’

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

The Indian Express

ସାରଙ୍ଗଗଡ଼/କ.ନୂଆଗାଁ/ଜି.ଉଦୟଗିରି: ପିଶାଚୀ ସାଜିଲା ମାଆ। ନିଜ ଚାରି ବର୍ଷର ଝିଅକୁ ହତ୍ୟା କରି ଜଙ୍ଗଲକୁ ନେଇ ଗାତ ଖୋଳି ପୋତି ଦେଇଥିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ପିଶାଚୀ ମାଆ ହେଲା, କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମର ପଦ୍ମିନୀ ଦଣ୍ଡିଆ। ସେ ତା’ର ୪ ବର୍ଷର ଝିଅ ସୁରେଖା ଦଣ୍ଡିଆକୁ ମାରି ଗାଁ ନିକଟସ୍ଥ କାଡ୍ରିମୁଣ୍ଡା ଜଙ୍ଗଲକୁ ନେଇ ସେଠାରେ ପୋତି ଦେଇଥିଲା। ଘଟଣା ପ୍ରଘଟ ହେବା ପରେ ସାରଙ୍ଗଗଡ଼ ଥାନା ପୁଲିସ୍ ପହଞ୍ଚି ମାଟିତଳୁ ଶିଶୁର ଶବକୁ ଉଦ୍ଧାର କରିଛି। ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଭିଯୁକ୍ତ ପଦ୍ମିନୀକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ଏ ନେଇ ତଦନ୍ତ ଜାରି ରହିଥିବା ବେଳେ କେସ ନଂ ୧୨୬/୨୩ରେ ଦଫା ୩୦୨ ଓ୨୦୧ ଅନୁସା‌ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବଧୂଲତା ବିଶ୍ବାଳ କହିଛନ୍ତି।

ବିପିନ ବେହେରାଙ୍କ ଅଭିଯୋଗ ପ୍ରକାରେ ତାଙ୍କର ଝିଅ ପଦ୍ମିନୀ (୨୩) ପାଞ୍ଚ ବର୍ଷ ପୂର୍ବେ ରାକେଶ ଦଣ୍ଡିଆକୁ ବିବାହ କରିଥିଲା। ଝିଅଟିଏ ଜନ୍ମ ହେବା ପରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା। ସେବେଠାରୁ ଗତ ୪ ବର୍ଷ ହେଲା ପଦ୍ମିନୀ ବାପା ଘରେ ରହୁଥିଲା। ଗତ ଶନିବାର ଦିନ ପଦ୍ମିନୀ ନିଜ ୪ ବର୍ଷର ଝିଅ ସୁରେଖାକୁ ଧରି ନିକଟସ୍ଥ କାଡ୍ରିମୁଣ୍ଡା ଜଙ୍ଗଲକୁ ଯାଇଥିଲା। ସେଠାରେ ଝିଅକୁ ତଣ୍ଟିଚିପି ହତ୍ୟା କରିବା ପରେ ଡାଳପତ୍ର ଓ ମାଟି ଘୋଡ଼ାଇ ଘରକୁ ପଳାଇ ଆସିଥିଲେ। ତେବେ ଘରକୁ ଆସିବା ପରେ ନାତୁଣୀ ସମ୍ପର୍କରେ ଝିଅକୁ ପଚାରି ବିପିନ ବାରମ୍ବାର ବୁଝିଥିଲେ। ତେବେ ପଦ୍ମିନୀଙ୍କ କଥାରେ ତାଳମେଳ ରହୁନଥିବାରୁ ବାଧ୍ୟ ହୋଇ ବାପା ସାରଙ୍ଗଗଡ଼ ପୁଲିସର ଆଶ୍ରୟ ନେଇଥିଲେ। ଅଭିଯୋଗ ପାଇ ଏସ୍‌ଆଇ କୃଷ୍ଣଚନ୍ଦ୍ର ଗୌଡ଼ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶିଶୁର ଶବ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe