୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଲା ଜନ୍ମକଲା ମାଆ

Advertisment
୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଲା ଜନ୍ମକଲା ମାଆ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଇଛି ନିଜ ଜନ୍ମକଲା ମାଆ। ଅଭିଯୁକ୍ତ ହେଲେ ମୀନା ନାଗ(୩୮)। ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠ‌ାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି।

ମାଆ କାହିଁକି ଶିଶୁର ତଣ୍ଟି କାଟିଲା କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଇଁତଲା ଥାନା ପୁଲିସ ଛାନଭିନ୍‌ କରୁଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମୀନା ନାଗ ଜଣେ ମାନସିକ ରୋଗୀ। ତାଙ୍କର ଚିକିତ୍ସା ଚାଲିଛି। ଦମ୍ପତିଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe