ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲରେ ‘ମଦର ମିଲ୍କ ବ୍ୟାଙ୍କ’

ମା’ ମାନଙ୍କୁ କରାଯିବ ସଚେତନ, ୨୧ରୁ ତାଲିମ ପାଇଁ ଯିବେ ବିଶେଷଜ୍ଞ

ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲରେ ‘ମଦର ମିଲ୍କ ବ୍ୟାଙ୍କ’

UdaipurTimes.com

କଟକ: ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ। ଏଥିପାଇଁ କଟକ ବଡମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍‌ଏନ୍‌ସିୟୁ ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହେବ ମିଲ୍କ ବ୍ୟାଙ୍କ। ‌ମିଲ୍କ ବ୍ୟାଙ୍କ ପରିଚାଳନା ଓ କିପରି ଭାବେ ଅଧିକରୁ ଅଧିକ ମା’ ମାନେ ଏହି ମିଲ୍କ ବ୍ୟାଙ୍କକୁ କ୍ଷୀର ଦେବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏସ୍‌ସିବିରେ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ଏସ୍‌ଏନ୍‌ସିୟୁରେ ରହୁଥିବା ଶିଶୁଙ୍କ ମା’ ମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ କରାଯିବ। ଏହି ବ୍ୟାଙ୍କ ପରିଚାଳନା ପାଇଁ ଏସ୍‌ସିବି ମେଡିକାଲ ଶିଶୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଲୀନା ଦାସଙ୍କ ସମେତ ଅଧିକାରୀମାନେ ଡିସେମ୍ବର ୨୧ରୁ ତାଲିମ ପାଇଁ ହାଇଦ୍ରାବାଦ୍‌ ଯିବେ ବୋଲି ପ୍ରଫେସର ଲୀନା ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅନେକ କ୍ଷେତ୍ରରେ ଶିଶୁ ଜନ୍ମ ପରେ ମା’ର ମୃତ୍ୟୁ ଘଟିଲେ, ନବଜାତକକୁ ଛାଡି ମା’ ପଳାଇଲେ ଅଥବା ମା’ର କ୍ଷୀର ନ ହେଲେ ଶିଶୁମାନେ ମ‌ା’ କ୍ଷୀରରୁ ବଂଚିତ ହେଉଛନ୍ତି। ଅନେକ ମା’ ମଧ୍ୟ ବିଭିନ୍ନ କାରଣରୁ ଶିଶୁଙ୍କୁ କ୍ଷୀର ଦେଇ ପାରୁନାହାନ୍ତି। ଡବା କ୍ଷୀର ଖାଉ ଥିବା ଶିଶୁଙ୍କ ଅନ୍ତଃନଳୀରେ କ୍ଷତ ସୃଷ୍ଟି ହେବା ସହ ସେମାନେ ସଂକ୍ରମଣର ମଧ୍ୟ ଶିକାର ହେଉଛନ୍ତି। ଏହାର ବିକଳ୍ପ ସ୍ବରୂପ ଭାରତରେ ବିଭିନ୍ନ ସ୍ଥାନରେ ମଦର ମିଲ୍କ ବ୍ୟାଙ୍କ ଥିବାବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ କଟକର ଏସ୍‌ସିବି ଓ ଭୁବନେଶ୍ବରର କ୍ୟାପିଟାଲ ହସ୍‌ପିଟାଲରେ ମଦର ମିଲ୍କ ବ୍ୟାଙ୍କ ଖୋଲିବାକୁ ଯାଉଛି। ଏସ୍‌ସିବିବିରେ ଏସ୍‌ଏନ୍‌ସିୟୁ ଭିତରେ ଏହି ମଦର ମିଲ୍କ ବ୍ୟାଙ୍କ ପାଇଁ ସ୍ଥାନ ଚିହ୍ନଟ କରାଯିବ। ଅନ୍ୟପଟେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଲେ ମଧ୍ୟ କ୍ଷୀର କିପରି ସୁରକ୍ଷିତ ରହିବ, ବ୍ରେଷ୍ଟ ପମ୍ପ ତଥା ଏହାର ଶୁଦ୍ଧତା ଯାଂଚ ପାଇଁ ମଧ୍ୟ ଅନ୍ୟ ଉପକରଣ ରଖାଯିବ। ଏସ୍ଏନ୍‌ସିୟୁରେ ରହୁଥିବା ଶିଶୁମାନଙ୍କ ମା’, ଏପରିକି ୱାର୍ଡରେ ରହୁଥିବା ମା’ ଓ ଯେଉଁ ମା’ ଚାହିଁବେ ମଦର ମିଲ୍କ ବ୍ୟାଙ୍କ ମାଧ୍ୟମରେ ଶିଶୁଙ୍କୁ କ୍ଷୀର ଦେଇ ପାରିବେ। ଏଥିପାଇଁ ମା’ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏସ୍‌ସିବି ମେଡିକାଲରେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe