କନିକା ହତ୍ୟା ଘଟଣା: ମାତୃହନ୍ତା ଗିରଫ

Advertisment
ସେୟାର୍ ମାର୍କେଟ୍‌ ନାଁରେ ୭କୋଟି ଚଳୁ: ଧୂର୍ତ୍ତ ମହିଳା ଗିରଫ, ଆଗରୁ ସ୍ବାମୀ ଜେଲ୍‌ରେ

new indian express

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି।

ସୂଚନାଯୋଗ୍ୟ, ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ। କଟକ ସହରର ଶ୍ରୀବିହାର କଲୋନିରେ ହତ୍ୟାର ଶିକାର ହୋଇଛନ୍ତି ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ।

ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ  କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଥିଲା। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଚର୍ଚ୍ଚା ହେଉଛି। ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe