କରୋନା ସଂକ୍ରମିତ ପୁଅ ଚିନ୍ତାରେ ମା’ ଚାଲିଗଲେ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ବାରଙ୍ଗ : ବାରଙ୍ଗ ବ୍ଳକ ଦାଢ଼ାପାଟଣାରେ କରୋନା ମହାମାରୀ ତାଣ୍ଡବ ରଚିଛି। ଗାଁରୁ ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ କରୁଣ କାହାଣୀ ଆସିବାରେ ଲାଗିଛି। ନିକଟରେ ଜଣେ ଯୁବକ ଓ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଜଣେ ସଂକ୍ରମିତ ବ୍ୟବସାୟୀ ଅଶ୍ବିନୀ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ୬୫ ବର୍ଷୀୟା ରୋଗୀଣା ମା’ ଆଖି ବୁଜିଛନ୍ତି।

ଗତକାଲି ସାହିରେ ଜଣେ ଯୁବ ବ୍ୟବସାୟୀଙ୍କର ପରଲୋକ ଘଟିଥିଲା। ଉକ୍ତ ଯୁବ ବ୍ୟବସାୟୀ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ବୃଦ୍ଧା ମା’ଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବ ବ୍ୟବସାୟୀ ଓ ତାଙ୍କ ବୃଦ୍ଧା ମା’ଙ୍କ ଶବକୁ ପରିବାର ଲୋକ କାନ୍ଧ ଦେଇପାରି ନଥିଲେ। ଦୁଇ ପରିବାରରେ ଏବେ ଦୁଃଖ ଓ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

ଏହା ଭିତରେ ଦାଢ଼ାପାଟଣାରୁ ପୁଣି ୪ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବାରଙ୍ଗ ବିଡିଓ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ଜଣେ ବ୍ୟବସାୟୀଙ୍କ ୩୨ ବର୍ଷୀୟା ପତ୍ନୀ, ଜଣେ ୩୭ ବର୍ଷୀୟ ଯୁବକ, ଜଣେ ୪୫ ବର୍ଷୀୟ ପରିବା ବ୍ୟବସାୟୀ ଓ ଜଣେ ୪୬ ବର୍ଷୀୟ ବ୍ୟବସାୟୀ। ବର୍ତ୍ତମାନ ସୁଦ୍ଧା ଦାଢ଼ାପାଟଣା ପଞ୍ଚାୟତରୁ ମୋଟ ୧୪ ଜଣ ସଂକ୍ରମିତ ବାହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe