Advertisment

ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା: ଗୁମର ଖୋଲିପାରେ ସିଡିଆର୍‌

Advertisment
ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା: ଗୁମର ଖୋଲିପାରେ ସିଡିଆର୍‌

ସମ୍ବଲପୁର: ସମ୍ବଲପୁର ଟାଙ୍ଗରପାଲିରେ ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ(୫୫) ଏବଂ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା(୩୦)ଙ୍କ ଆତ୍ମହତ୍ୟା ପରେ ପୂରା ପରିବାରରେ ଏବେ କେବଳ ବୋହୂ ଓ ତାଙ୍କ ୭ ମାସର ଝିଅ। ଘରେ ବୋହୂ ଓ ୭ ମାସର ନାତୁଣୀ ଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ ବଡ଼ପୁଅ ସୁଧୀର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପାରିବାରିକ କଳହ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସ ଏବେ ମା’, ପୁଅ ଓ ବୋହୂଙ୍କ ସିଡିଆର୍‌ ମାଗିବାକୁ ଚିନ୍ତା କରୁଛି। ସିଡିଆର୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର ଗୁମର ଫିଟିବ ବୋଲି ପୁଲିସ ଆଶା ରଖିଛି।

ଅନ୍ୟପଟେ ସୁଧୀର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ମଧ୍ୟ ଏବେ ଚର୍ଚ୍ଚା ହେଉଛି। ଝିଅର ଦେହ ଖରାପ ଥିବାରୁ ଆମେ ତାଙ୍କୁ ନେବାକୁ ଆସିଥିଲୁ ବୋଲି ସୁଧୀରଙ୍କ ଶ୍ବଶୁର ହରିହର ପଣ୍ଡା ଗତକାଲି ଗଣମାଧ୍ୟମରେ କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ସନ୍ଦେହ କରାଯାଉଛି। ଜ୍ୟୋତ୍ସ୍ନା ଗମ୍ଭାରକଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଥିଲେ। ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥିଲା। ସେମାନେ ନିଜ ବୋହୂର ଚିକିତ୍ସା କରିବାକୁ ସମର୍ଥ ଥିଲେ। ତାପରେ ମଧ୍ୟ କାହିଁକି ବାପଘର ଲୋକେ ସମ୍ବଲପୁର ଆସି ସୁଧୀରଙ୍କ ସ୍ତ୍ରୀଙ୍କୁ ଶନିବାର ଘରକୁ ନେଇଯାଇଥିଲେ, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ବୋହୂ ରାଉରକେଲା ଚାଲିଯିବା ପରେ ଶନିବାର ଠାରୁ ଜ୍ୟୋତ୍ସ୍ନା ଓ ସୁଧୀରେ ଘରେ ଥିଲେ। ତାଙ୍କ ଘରେ କାମ କରୁଥିବା ଯୁବତୀ ବର୍ଷା ମୁଣ୍ଡା ରବିବାର ଦିନ କାମକୁ ଆସିନଥିଲେ। ସୋମବାର ଦିନ ସେ କାମକୁ ଆସିବା ପରେ ଜ୍ୟୋତ୍ସ୍ନା ଓ ସୁଧୀରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଥିଲା। ସୁଧୀରଙ୍କ ସ୍ତ୍ରୀ ଓ ତାଙ୍କ ବାପଘର ଲୋକେ ରାଉରକେଲାରୁ ସମ୍ବଲପୁର ଆସିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ଅନୁସନ୍ଧାନ କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମା’ପୁଅଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ସୋମବାର ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ସମ୍ବଲପୁର ରାଜଘାଟରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୂଚନାଯୋଗ୍ୟ, ଜ୍ୟୋତ୍ସାଙ୍କ ସାନପୁଅ ସମୀର ପଣ୍ଡା ପ୍ରେମ ପାଇଁ ପାଖାପାଖି ୨ ବର୍ଷ ତଳେ ଆତ୍ମହତ୍ୟା କରିଥିବା ବେଳେ ଜ୍ୟୋତ୍ସାରାଣୀଙ୍କ ସ୍ବାମୀ ଭବାନୀ ଶଙ୍କର ପଣ୍ଡା ମଧ୍ୟ ପ୍ରାୟ ୧୮/୨୦ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe