ଗୋଳନ୍ଥରା : ମାଲବାହୀ କଣ୍ଟେନର ଧକ୍କାରେ ମାଆ,ପୁଅ ମୃତ

Advertisment
ଢେଙ୍କାନାଳ ସହରରେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

deccanherald.com

ଗୋଳନ୍ଥରା : ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅର୍ନ୍ତଗତ ଜାତୀୟ ରାଜପଥ-୧୬ ହଳଦିଆପଦର ଛକ ନିକଟରେ ଏକ ବାଇକ୍‌କୁ ମାଲବାହୀ କଣ୍ଟେନର୍‌ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମାଆ, ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗୋଳନ୍ଥରା ଅଞ୍ଚଳ ସିଙ୍ଗାବାଡ଼ି ଗ୍ରାମର ସୁନୀଲ ସାହୁ(୨୨) ଏବ˚ ତାଙ୍କ ମାଆ ଗୀତାଞ୍ଜଳି ସାହୁ(୪୫)।

ଗୋଳନ୍ଥରା ଥାନା ସିହଳା ପଞ୍ଚାୟତ ସିଙ୍ଗାବାଡ଼ି ଗ୍ରାମର ସୁନୀଲ ଏବ˚ ତାଙ୍କ ମାଆ ବାଇକ୍‌(ଓଡି-୦୭-ଏନ୍‌-୭୧୪୨) ଯୋଗେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ଲାଗି ବ୍ରହ୍ମପୁର ଗୋଷାଣି ନୂଆଗାଁ ଯାଉଥିଲେ। ପଛପଟୁ ମାଲବାହୀ କଣ୍ଟେନର୍‌(ଏପି-୩୭-ଟିଡି-୨୧୬୩) ଆସୁଥିଲା। ହଳଦିଆପଦର ନିକଟ ଜାତୀୟ ରାଜପଥରେ ଦୀର୍ଘଦିନ ହେଲା ବ୍ୟାରିକେଡ୍ କରି ଅଧା ରାସ୍ତା ଅବରୋଧ କରି କାର୍ଯ୍ୟ ଚାଲିଛି। ଉଜ୍ବଳ ଆଲୋକର ବ୍ୟବସ୍ଥା ନାହିଁ। ସୁନୀଲ ବାଇକ୍‌ରେ ମାଆଙ୍କୁ ବସାଇ ଯାଉଥିବା ବେଳେ ସେହି ବ୍ୟାରିକେଡ୍ ନିକଟରେ ଗାଡ଼ି ମନ୍ଥର କରିବା ବେଳେ ପଛପଟୁ କଣ୍ଟେନର୍‌ ଧକ୍କା ଦେଇଥିଲା। ପୁଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନା ପଠାଇଛି। ଦୁର୍ଘଟଣାଗସ୍ତ ବାଇକ୍‌ ଓ ଟ୍ରକ୍‌ ଜବତ କରି ଟ୍ରକ ଚାଳକକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe