ବ୍ରଜରାଜନଗର : ବିଜୁ ଏକ୍ସପ୍ରେସ୍ ଓ୍ଵ’ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ବିଜୁ ପଟ୍ଟନାୟକ ଛକରେ ଏକ କାର୍ ଧକ୍କାରେ ମା’ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ରବିବାର ସଂଧ୍ୟା ୭ଟା ସମୟରେ ସୁଜାତା ବୁଡ଼ା (୨୬) ଓ ପୁଅ ସୂରଜ (୫) ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ବଲେନୋ କାର୍ ମାଡ଼ି ଯାଇଥିଲା। ମା’ପୁଅ ସହର ଭିତରକୁ ରାସ୍ତା ଦେଇ ଅତିକ୍ରମ କରୁଥିଲେ। ବିପରୀତ ପଟୁ କାର୍ଟି ଆସୁଥିଲା। ମୃତକଙ୍କ ଘର ବଡ଼ମାଲରେ। ଦୁର୍ଘଟଣା ନେଇ ଛକରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମା’ପୁଅଙ୍କ ଶବକୁ ହସ୍ପିଟାଲ ସ୍ଥାନାନ୍ତର କରିବା ସହ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us