image source--new indian express
ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ାଠାରେ ଏକ କୂଅରୁ ମା’ ଓ ପୁଅଙ୍କ ଶବ ଜବତ ହୋଇଛି। ଘଟଣାସ୍ଥଳରେ ଜଙ୍କିଆ ପୁଲିସ୍ ସମେତ ଖୋର୍ଦ୍ଧା ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ମୃତ ମହିଳାଙ୍କ ନାମ ବର୍ଷା ଶ୍ରୀଚନ୍ଦନ ମୃତ ପୁଅର ନାମ ଲକି ବୋଲି ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ପ୍ରକାଶ, ମୃତ ମହିଳାଙ୍କ ସ୍ବାମୀ କେନ୍ଦୁଝର ଜିଲ୍ଲାର ମନୋଜ ଶ୍ରୀଚନ୍ଦନ। ସେ ଦୀର୍ଘଦିନ ହେଲା ଏଠାରେ ରହି କ୍ରସର ଓ ଖଣିରେ କାମ କରୁଥିଲେ। ସେ ବର୍ଷାଙ୍କୁ ପ୍ରେମ ବିବାହ କରିଥିଲେ ଓ ସେମାନଙ୍କ ପୁଅକୁ ୭ ବର୍ଷ ହୋଇଥିଲା। ତେବେ ମନୋଜ ପ୍ରତିଦିନ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରେ କଳିକଜିଆ କରୁଥିଲା। ସେହି କାରଣରୁ ସେ ସ୍ତ୍ରୀ ଓ ପୁଅକୁ ହତ୍ୟା କରି କୂଅରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ମନୋଜ ମଧ୍ୟ ଏବେ ଫେରାର ଅଛି। ଜଙ୍କିଆ ପୁଲିସ୍ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି।
Follow Us