ହାତ, ଗୋଡ଼ ନାହିଁ ବୋଲି ନବଜାତ ପୁତ୍ରକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ମା’

କୋଳେଇ ନେଲେ ଅନ୍ୟ ଜଣେ ମହିଳା: ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

ହାତ, ଗୋଡ଼ ନାହିଁ ବୋଲି ନବଜାତ ପୁତ୍ରକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ମା’

MadeForMums

ସୋର: ସନ୍ତାନ ପ୍ରାପ୍ତି ପାଇଁ ବାପାମା’ କେତେ ବ୍ରତ ଓ ଉପବାସ କରିଥାନ୍ତି। ଆଉ ପୁଅଟିଏ ଜନ୍ମ ହେଲେ ତ ଘରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥାଏ। ହେଲେ ହାତଗୋଡ଼ ନାହିଁ ବୋଲି ନବଜାତ ଶିଶୁପୁତ୍ରକୁ ରେଳ ଓଭରବ୍ରିଜ୍ କଡ଼ରେ ଫୋପାଡ଼ି ଦେଲା କେହି ଜଣେ ହୃଦୟହୀନା ମା’। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ୍ କଡ଼ରେ କେହି ଜଣେ ମା’ ତାର ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଚାଲି ଯାଇଥିଲା। ପ୍ରବଳ ଖରାରେ ଶିଶୁଟି କାନ୍ଦି କାନ୍ଦି ଆକ୍ତାମାକ୍ତା ହୋଇ ଜୀବନ ସହ ସଂଘର୍ଷ କରୁଥିଲା। ହୁଏତ ତ ଆଉ କିଛି ସମୟ ମଧ୍ୟରେ ଲିଭି ଯାଇଥାନ୍ତା ତାର ଜୀବନ ପ୍ରଦୀପ। ହେଲେ ରଖେ ହରି ମାରେ କିଏ ନ୍ୟାୟରେ ଅନ୍ୟ ଜଣେ ସ୍ଥାନୀୟ ମହିଳା ତାକୁ ଏଭଳି ଅବସ୍ଥାରେ ଦେଖି କୋଳେଇ ନେଇଥିଲେ। ନିରୋଳା ମମତାର ଛାଇ ତା ଉପରେ ଢାଙ୍କି ଦେଇଥିଲେ।

publive-image

ଘରକୁ ନେଇ କ୍ଷୀର ପିଇବାକୁ ଦେବା ପରେ ଧୀରେ ଧୀରେ ସେ ଆଶ୍ବସ୍ତ ହେଲା। ପରେ ଖଇରା ଚାଇଲଡଲାଇନ ସଦସ୍ୟମାନେ ଖବର ପାଇ ସେଠାରେ ପହଞ୍ଚି ନବଜାତକୁ ନେଇ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ଶିଶୁଟିକୁ ସୋର ପୁଲିସ ସହାୟତାରେ ବାଲେଶ୍ବର ଶିଶୁ ମଙ୍ଗଳ କମିଟିର ଜିମା ଦିଆ ଯାଇଥିବା ଜଣାପଡ଼ିଛି। ସେପଟେ ଏଭଳି ଅମାନବୀୟ ଘଟଣାକୁ ସୋର ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe