ପ୍ରେମ ପାଇଁ ପୁଅର ଜୀବନ ନେଲେ ମା’: ପ୍ରେମିକ ସହ ଥାନାରେ ଅଟକ

Advertisment
ପ୍ରେମ ପାଇଁ ପୁଅର ଜୀବନ ନେଲେ ମା’: ପ୍ରେମିକ ସହ ଥାନାରେ ଅଟକ

ଦେବଗଡ଼: ପ୍ରେମ ପାଇଁ ଜଣେ ମା’ ନିଜ ପୁଅରଜୀବନ ନେଇଛି। ଦେବଗଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ସହ ମିଶି ମା’, ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳକ ପୁଆ ମୃତ୍ୟୁ ଘଟଣାରେ ମା’ ଓ ତାଙ୍କ ପ୍ରେମକିଙ୍କୁ ଅଟକ ରଖି ପୁଲିସ୍ ପକ୍ଷରୁ ପଚରାଉଚରା ଜାରି ରହିଛି।

ଦେବଗଡ଼ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ମିକୁ ସୁନେଲର ଗତ ସୋମବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତ ମିକୁର ବାପା କୁଳମଣି ଚେନ୍ନାଇରେ କାମ କରୁଥିବା ବେଳେ ସୂଚନା ପାଇ ମଙ୍ଗଳବାର ଦିନ ଦେବଗଡ଼ରେ ପହଞ୍ଚି ଥିଲେ। ସେ ତାଙ୍କ ପୁଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ବେକରେ କଳା ଦାଗ ଦେଖି ପୁଅକୁ ହତ୍ୟା କରାଯାଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପତ୍ନୀ ଲିଲି ସୁନେଲ ଓ ତାଙ୍କ ପ୍ରେମିକ ରଞ୍ଜନ ନାଏକ ମିଶି ମିକୁକୁ ହତ୍ୟା କରିଥିବା ବାପା କୁଳମଣି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଲିଲି ଓ ରଞ୍ଜନଙ୍କୁ ଅଟକ ରଖି ପୁଲିସ୍ ପକ୍ଷରୁ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe