ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ମହିଳାଙ୍କ ସମେତ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ଜୀବନ୍ତ ଦଗ୍ଧ, ଥାନାରେ ସ୍ୱାମୀ ଅଟକ

Advertisment
ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ମହିଳାଙ୍କ ସମେତ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ଜୀବନ୍ତ ଦଗ୍ଧ, ଥାନାରେ ସ୍ୱାମୀ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗାଁ ଗ୍ରାମରେ। ଉଞ୍ଚଗାଁ ଗ୍ରାମର ମଂଗଲ ମାର୍ଣ୍ଡି ଗତ କାଲି ରାତିରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷ ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ। ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା।

ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡିଯାଇଥିଲା । ତେବେ ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରରେ ଆସିଥିବା ପିତାଙ୍କ କୌଣସି କିଛି କ୍ଷୟକ୍ଷତି ହୋଇ ନ ଥିବାର ଦେଖିବାକୁ ମିଳିଥିଲା। ଝାରପୋଖରିଆ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ମଂଗଲ ମାର୍ଣ୍ଡିକୁ ଥାନାରେ ଅଟକ ରଖିଥିବା ପଚାରଉଚରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ବଡ଼ ଡାକ୍ତରଖାନାକୁ ପଠାଯିବ। ଏହାକୁ ନେଇ ଉଞ୍ଚଗାଁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe