ପୁଅ କରୋନା ପଜିଟିଭ ବୋଲି ମା’ ଶବକୁ ମିଳିଲାନି କାନ୍ଧ

Advertisment

ସେନାବାହିନୀ ଯବାନଙ୍କ ପରିବାର ପ୍ରତି ବି ଏ ଆଚରଣ!

ସେନାବାହିନୀ ଯବାନଙ୍କ ପରିବାର ପ୍ରତି ବି ଏ ଆଚରଣ!

ପୁଅ କରୋନା ପଜିଟିଭ ବୋଲି ମା’ ଶବକୁ ମିଳିଲାନି କାନ୍ଧ

କୁଜଙ୍ଗ : କରୋନାର ଭୟରେ ହଜି ଯାଉଥିବା ମାନବିକତାର ଆଉ ଏକ ନଜିର୍‌ ସାମ୍‌ନାକୁ ଆସିଛି। ଘରକୁ ଫେରିଥିବା ସେନାବାହିନୀର ଜଣେ ଯବାନ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ପରଲୋକଗତ ମା’ଙ୍କୁ ସାହିଭାଇ, କୁଟୁମ୍ବ କାନ୍ଧ ଦେଇନାହାନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ୍‌ ଅନ୍ତର୍ଗତ ଗରେଇ ପଂଚାୟତର ନାଳିଆପାଳରେ ଘଟିଥିବା ଏଭଳି ଘଟଣା ଉଦ୍‌ବେଗର କାରଣ ହୋଇଛି।

publive-image www.indiatimes.com

ସୂଚନା ଅନୁଯାୟୀ, ନାଳିଆପାଳ ଗ୍ରାମର ସ୍ବର୍ଗତ ଜନାର୍ଦ୍ଦନ ବସନ୍ତିଆଙ୍କ ପତ୍ନୀ ମାଳତୀ ବସନ୍ତିଆ (୯୫) ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଖବର ପାଇ ମେଘାଳୟର ସିଲଂରେ ସେନାବାହିନୀରେ କାର୍ଯ୍ୟ କରୁଥିବା ପୁଅ ଛୁଟି ନେଇ ଜୁଲାଇ ୨୪ ତାରିଖରେ ଗାଁକୁ ଆସିଥିଲେ। ନିୟମ ଅନୁଯାୟୀ କ୍ବାରାଣ୍ଟିନରେ ରହିବା ପୂର୍ବରୁ ମା’କୁ ଦୂରରୁ ରୋଗଶଯ୍ୟାରେ ଦେଖିଥିଲେ। କୁଜଙ୍ଗସ୍ଥିତ କ୍ଳଷ୍ଟର ଟିଏମସି କ୍ବରାଣ୍ଟିନରେ ରହିଥିବା ସମୟରେ ତାଙ୍କର ସ୍ବାବ ନମୁନା ପଜିଟିଭ ଆସିଥିଲା। କିନ୍ତୁ ପ୍ରଥମେ ସ୍ବାବ ନମୁନା ନେଗେଟିଭ ବୋଲି କହି ତାଙ୍କୁ ଘରକୁ ଯିବାକୁ କୁହାଯାଇଥିବାବେଳେ କିଛି ଘଣ୍ଟା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ବୋଲି କୁହାଯାଇଥିଲା। ଏହାପରେ ତାଙ୍କୁ ପାରାଦୀପ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ତାଙ୍କ ମା'ଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ କୁଟୁମ୍ବ ଲୋକ ଆସିନଥିଲେ। ପରିବାର ଲୋକ ମିଶି ସଂସ୍କାର କରିଥିଲେ। ଆଜି ମୃତ ମହିଳାଙ୍କ ପରିବାରର ସମସ୍ତଙ୍କର ସ୍ବାବ ନମୁନା ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିବା ପରେ ଜ୍ଞାତିକୁଟୁମ୍ବ ତିକତ ଖାଇଥିଲେ। ସଂପୃକ୍ତ ଯବାନ୍ ତାଙ୍କ ପରିବାର ଲୋକଙ୍କ ସହ ମିଶି ନଥିବା ସଂପର୍କରେ ଜାଣି ମଧ୍ୟ ଏଭଳି ଆଚରଣ ଉଦ୍‌ବେଗର କାରଣ ହୋଇଛି। ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷ ଏଭଳି ଘଟଣାକୁ ଉସ୍‌କାଉ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe