ମା’ର ପଣତ ଛୁଆଙ୍କୁ ଅଭୟ ଦିଏ: ଆଇଏଏସ୍‌ ବିଷ୍ଣୁପଦ

Advertisment
ମା’ର ପଣତ ଛୁଆଙ୍କୁ ଅଭୟ ଦିଏ: ଆଇଏଏସ୍‌ ବିଷ୍ଣୁପଦ

ଭୋଗରାଇ/କମର୍ଦ୍ଦା: ମା’ର ସାଧନା ଓ ତପସ୍ୟା ସବୁବେଳେ ପାଲାମାନଙ୍କ ହିତରେ ଥାଏ। ମା’ର ପଣତ ହିଁ ସନ୍ତାନଙ୍କୁ ଅଭୟ ପ୍ରଦାନ କରିଥାଏ। ଜୀବନ କାଳରେ ମା’ ନିଜ ପୁଅଝିଅ ପାଇଁ ନିଜ ପରିବାର ପାଇଁ ଯେଉଁ ତ୍ୟାଗ କରେ ତାର ତୁଳନା ନାହିଁ। ମା’ କେତେ ମହନୀୟ ସେହି ବାର୍ତ୍ତା ବା ବିଚାର ସଭିଏ ସମାଜ ଆଗରେ ରଖିବା ଦରକାର। ମା’ ପାଇଁ ତାହା ହିଁ ଶ୍ରେଷ୍ଠ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ବୋଲି ଆଜି ଭୋଗରାଇ ବ୍ଲକ ସୋହରିଆ ପଞ୍ଚାୟତ ନରସିଂହପୁର ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ରାଜ୍ୟ ଲୋକ ସମ୍ପର୍କ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ମା’ ଶୁକମଣି ଦେବୀଙ୍କ ଏକାଦଶାହ ଅବସରରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଶ୍ରୀ ସେଠୀ ତାଙ୍କ ମା’ଙ୍କ ସହ ଜୀବନର ଚଲାପଥରେ ବିତାଇଥିବା ପ୍ରତିଟି ମୁହୂର୍ତ୍ତର ସ୍ମୃତି ସବୁ ବଖାଣିବା ବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଭୋଗରାଇ ସମେତ ରାଜ୍ୟର ବହୁ ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ଆଜି ପିଣ୍ଡଦାନ ପରେ ଶ୍ରୀ ସେଠୀ ଓ ତାଙ୍କ ଧର୍ମପତ୍ନୀ ବୈଶାଳୀ ବ୍ରାହ୍ମଣ ଭୋଜନ ସହ ବସ୍ତ୍ରଦାନ, ଦକ୍ଷିଣା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ବିଡିଓ ଶଙ୍କର ପଟ୍ଟନାୟକ, ବ୍ଲକ୍‌ ଶିକ୍ଷାଧିକାରୀ ଭଗିରଥ ଗିରି, କବି ସୁକୁମାର ଦାସ, ଶ୍ରୀ ସେଠୀଙ୍କ ବାଲ୍ୟବନ୍ଧୁ ଅନନ୍ତ ଦାସ, ଈଶ୍ବର ଚନ୍ଦ୍ର ଗିରି, ଶ୍ରୀହରି ଚରଣ ଦାସ, ଏମ୍‌ଡି ଆଦାନୀ, ଶୁଭେନ୍ଦୁ କୁମାର ପରିଡ଼ା, ଫିଲ୍ମ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକ, ଅଂଶୁମାନ ରାଉତ, ସାମ୍ବାଦିକ ନରନାରାୟଣ ମିଶ୍ର, ଅନନ୍ତ କୁମାର ପ୍ରଧାନ, ରାଧାକାନ୍ତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଜଗନ୍ନାଥ ସେଠୀଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଯୁବ ବୈଜ୍ଞାନିକ ବାପୁଜୀ ଏବଂ ନାତି ଅଲେଖ ଧନ୍ୟବାଦ ଅର୍ପଣ କରିଥିଲେ। ଆତ୍ମୀୟସ୍ୱଜନ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe