ବାଙ୍ଗିରିପୋଷି: ମୟୁରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ବ୍ରାହ୍ମଣ ଗାଁ ପଞ୍ଚାୟତ ସାତଭାୟା ଶିମିଳିପାଳ ଜଙ୍ଗଲରେ ସଦ୍ୟ ଜନ୍ମିତ ହାତୀ ଛୁଆର ମୃତ୍ୟୁ ହୋଇଛି। ହେଲେ ମା’ର ମମତା ନିଆରା। ଏହା ଯୋଗୁ ମା’ମଲା ହାତୀ ଛୁଆ ପାଖରେ ବାନ୍ଧି ହୋଇ ରହିଛି। ଛୁଆକୁ ଛାଡି ମା’ହାତୀ ଯାଉ ନାହିଁ।

Advertisment

ସଦ୍ୟ ଜନ୍ମିତ  ହାତୀ ଛୁଆଟି କିଛି କ୍ଷଣ ଜୀବିତ ପରେ ବୁଧବାର ସନ୍ଧ୍ୟା ସମୟରେ ମରିଯାଇଥିଲା। ହେଲେ ମା’ ମନ ମାନି ନଥିଲା। କାଳେ ଛୁଆ ପୁଣି ଜୀବିତ ହେବ ଆଶା ନେଇ ମା’ ପିଲାକୁ ଜଗି ବସିଥିଲା।

ଆହୁରି ପଢ଼ନ୍ତୁ:Lingaraj Temple servitor groups dispute: ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ମା’ର ମମତା ନିଆରା


ମା’ ହାତୀ ମଲା ଛୁଆ ପାଖକୁ କାହାକୁ ପାଖକୁ ଛାଡୁନାହିଁ ହାତୀ । ବନବିଭାଗର ଏକ ଟିମ୍ ବୁଧବାର ଘଟଣାସ୍ଥଳକୁ ଯାଇ ସ୍ଥିତି ଦେଖିଥିଲେ। ମା’ ହାତୀକୁ ମୃତ ପିଲାଠାରୁ ଦୂରେଇବା ପରେ ଗୁରୁବାର  ପୋଷ୍ଟ ମୋର୍ଟମ କରାଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ:Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?

ସୂଚନାଯୋଗ୍ୟ ବ୍ରାହ୍ମଣ ଗାଁ ପଞ୍ଚାୟତରେ ନଅଟି ଓ କୁମ୍ଭାର ମୁଣ୍ଡାକଟା ପଞ୍ଚାୟତର ଖଇରିବଣୀ ଗ୍ରାମ ନିକଟ ବାଉଁଶ ବଣରେ ୧୨ ଟି ହାତୀ ରହି ଉତ୍ପାତ ଜାରି ରଖିଛନ୍ତି।

ପ୍ରଭାତ କୁମାର ହୋତା