ମଟର ପାର୍ଟସ ଦୋକାନ ଜଳିଗଲା

Advertisment
ମଟର ପାର୍ଟସ ଦୋକାନ ଜଳିଗଲା

କେସିଙ୍ଗା: କେସିଙ୍ଗା ବଲାଙ୍ଗୀର ଛକରେ ଥିବା ଏକ ମୋବିଲ ଓ ମଟର ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ସର୍ଟସର୍କିଟରୁ ଏହା ଘଟିଥିବା ଜଣାପଡ଼ିଛି। ଦୋକାନରେ ଥିବା ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ଦୋକାନ ମାଲିକ ଶୁଭଶଙ୍କର ଦାସ ଅଭିଯୋଗ କରିଛନ୍ତି।

ଦୋକାନରେ ସୋମବାର ସନ୍ଧ୍ୟାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଗଲା ଏବଂ ପୋଡ଼ି ପାଉଁଶ କରିଦେଲା। ବିଳମ୍ବରେ ଅଗ୍ନିଶମ ବିଭାଗ ପହଞ୍ଚିବାରୁ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ଶାନ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe