ମୋଟର୍‌ ଯାନ ରାଜସ୍ବ ୪୨% କମିଛି

Advertisment
ମୋଟର୍‌ ଯାନ ରାଜସ୍ବ ୪୨% କମିଛି

Deccan Herald

ଭୁବନେଶ୍ୱର : ୨୦୧୯ରେ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ୬୬୧.୨୯ କୋଟି ଟଙ୍କାର ମୋଟର୍‌ ଯାନ ରାଜସ୍ବ ଆଦାୟ ହୋଇଥିଲା। ୨୦୨୦ ମସିହା ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ଏହି ପରିମାଣ ରହିଛି ୩୮୨.୭୮ କୋଟି ଟଙ୍କା। କରୋନା ଯୋଗୁ ଚଳିତ ବର୍ଷ ୪୨ ପ୍ରତିଶତ କମ୍ ରାଜସ୍ବ ଆଦାୟ ହୋଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଫୁଲ୍ଲ ସାମଲଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଗତ ବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ଯାନବାହନ ଯାଞ୍ଚ୍ ବାବଦରେ ୩୫ କୋଟି ୧୩ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଚଳିତ ବର୍ଷ ଏହି ସମୟରେ ଯାଞ୍ଚ୍ ବାବଦରେ ୪ କୋଟି ୧୪ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି, ଯାହା କି ଗତ ବର୍ଷ ଠାରୁ ୮୮.୨୧ ପ୍ରତିଶତ କମ୍। ତେବେ ଚଳିତ ବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ୧,୪୦,୦୬୩ଟି ଗାଡ଼ି ବିକ୍ରି ଓ ପଞ୍ଜୀକୃତ ହୋଇଛି। ପ୍ରତି ମାସରେ ଏହି ପରିମାଣରେ ବୃଦ୍ଧି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe