ମୋ ସରକାର : ଅଶାନ୍ତି ବଢ଼ାଇଲା ମୋଟର ଯାନ ଆଇନ୍

ମୋ ସରକାର : ଅଶାନ୍ତି ବଢ଼ାଇଲା ମୋଟର ଯାନ ଆଇନ୍

ଭୁବନେଶ୍ୱର : କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନ୍ ଲାଗୁ କଲେ। ରାଜ୍ୟ ସରକାର ତାହାକୁ ସେ‌େପ୍ଟମ୍ବର ୧ ରୁ ଲାଗୁ କରିଦେଲେ। କିନ୍ତୁ ଭିତ୍ତିଭୂମି ନ ଥାଇ ଏହି ଆଇନ୍ ଲାଗୁ କରି ଆଖିବୁଜା ଜରିମାନା ଆଦାୟ କଲେ। ଫଳରେ ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦାନା ବାନ୍ଧିଲା। ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କଲେ। ଭୁବନେଶ୍ବରରେ ସିଧା ପୁଲିସ୍-ଜନତା ଲଢ଼େଇ ହେଲା। ସରକାର ବାଧ୍ୟ ହୋଇ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କାଗଜପତ୍ର ଠିକ୍ କରିବାକୁ ଲୋକଙ୍କୁ ସମୟ ଦେଲେ। ତଥାପି ଭିତ୍ତିଭୂମି ଅଭାବରୁ ଏହି ସମୟ ଯଥେଷ୍ଟ ହେଲା ନାହିଁ। ଶେଷରେ ଲୋକଙ୍କୁ ଆଉ ତିନି ମାସ ମହଲତ ଦିଆଗଲା।

publive-image Patrika

ଚିଟ୍‌ଫଣ୍ଡ୍‌ ଜମାକାରୀ ପୁଣି ନିରାଶ ହେଲେ
ନିର୍ବାଚନ ସରିଗଲା। ବି‌େଜଡି ଶାସନ ସହି ସଲାମତ ରହିଲା। କିନ୍ତୁ ଚିଟ୍‌ଫଣ୍ଡ୍‌ ଜମାକାରୀ ନ୍ୟାୟ ପାଇପାରିଲେ ନାହିଁ। ପୂର୍ବ ବର୍ଷଗୁଡ଼ିକରେ ସେମାନେ ଯେମିତି ନିରାଶ ହୋଇଥିଲେ, ଏଥର ସେୟା ହିଁ ହେଲା। କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବା ଦୂରର କଥା, ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇପାରିଲା ନାହିଁ। ଖୁବ୍ କମ୍ ଜମାକାରୀ କିଛି କିଛି ଟଙ୍କା ଫେରି ପାଇଛନ୍ତି। ବୃହତ ଜମାକାରୀମାନେ ଟଙ୍କା ଫେରି ପାଇବାର ସମ୍ଭାବନା ଦେଖାଯାଉନି। କାରଣ ବୃହତ ଜମାକାରୀଙ୍କୁ ଟଙ୍କା ଫେରାଇବା ନେଇ ସରକାର କୌଣସି ପ୍ରକ୍ରିୟା ଆରମ୍ଭ ହିଁ କରି ନାହାନ୍ତି।

publive-image

ଫୋକସ୍‌ରେ ମନ୍ଦିର
ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଓଡ଼ିଶାର ମନ୍ଦିରଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଞ୍ଚମ ପାଳିରେ ଫୋକସ୍‌ରେ ରଖିଛନ୍ତି ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକ। ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହେଲା ମନ୍ଦିରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ। ୩ ହଜାର କୋଟି ଟଙ୍କାର ଯୋଜନାରେ ମନ୍ଦିର ନିକଟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ସେତିକିରେ ନ ଅଟକି ଗୋଟିଏ ‌ପରେ ଗୋଟିଏ ମନ୍ଦିରର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ଓ ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ‌ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବରାଦ ହୋଇଛି। ବାରିପଦାର ଜଗନ୍ନାଥ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରର ବିକାଶ ପାଇଁ ମଧ୍ୟ ଆଲୋଚନା ହୋଇଛି। ସରକାରଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe