ଜୟପୁର: ଗଛରେ ବାଇକ୍‌ ପିଟି ହୋଇ ଜଣେ ମୃତ; ଜଣେ ଆହତ

Advertisment
ଜୟପୁର: ଗଛରେ ବାଇକ୍‌ ପିଟି ହୋଇ ଜଣେ ମୃତ; ଜଣେ ଆହତ

Photo Sambad.in

ଜୟପୁର: ଶନିବାର ମଧ୍ୟରାତ୍ରୀ ସମୟରେ ଥାମ୍ପୁଣି ଅଞ୍ଚଳର ରାଣୀଗୁଡ଼ାଠାରେ ଏକ ମୋଟରସାଇକେଲ୍‌ ଗଛରେ ଧକ୍କାଖାଇବାରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

କୁନ୍ଦୁରା ନିବାସୀ ୩୦ ବର୍ଷିୟ ବାସୁ ପରିଜା ଏବଂ ୨୫ ବର୍ଷିୟ ପର୍ଶୁ ପରିଜା ମୋଟର ସାଇକେଲ୍‌ ଯୋଗେ କୁନ୍ଦୁରାରୁ ସୁନାରୀଗୁଡ଼ା ଯାଉଥିବାବଳେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କ ଶ୍ୱଶୁରଘର ସୁନାରୀଗୁଡ଼ା ବୋଲି ଜଣାପଡ଼ିଛି।

ଦୁର୍ଘଟଣାରେ ମୃତ ବାସୁ ପରିଜା ମୋଟର୍‌ସାଇକେଲ୍‌ ଚଳାଉଥିବାବେଳେ ପର୍ଶୁ ପଛରେ ବସିଥିଲେ। ରାସ୍ତାରେ ଯାଉଥିବା ଅନ୍ୟ କୌଣସି ଗାଡ଼ିକୁ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ସେ ମୋଟର୍‌ସାଇକେଲ୍‌ର ସନ୍ତୁଳନ ରକ୍ଷା କରି ନ ପାରି ରସ୍ତାରେ କଡ଼ରେ ଥିବା ଏକ ଗଛରେ ଧକ୍କା ଖାଇଥିଲେ ବୋଲି ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ହିଁ ମୋଟର୍‌ସାଇକେଲ୍‌ ଚାଳକ ବାସୁଙ୍କର ଦେହାନ୍ତ ହୋଇ ଯାଇଥିଲା। ପଛରେ ବସିଥିବା ପର୍ଶୁ ସାଙ୍ଘାତିକ ଆହତ ହୋଇ ସେଠାରେ ପଡ଼ିଥିଲେ। କୌଣସିମତେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ଜାଣି ପୁଲିସକୁ ଖବର ଦେଇଥିଲେ।

ସଦର ଥାନା ଅନ୍ତର୍ଗତ ଗାଗନାପୁର ଫାଣ୍ଡି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାସୁଙ୍କ ଶବ ଏବଂ ଆହତ ପର୍ଶୁଙ୍କୁ ଉଦ୍ଧାର କରି ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା।

ଆହତ ପର୍ଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Motorcycle crashes into tree: one dies; one injured

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe