ଡମ୍ପର୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ମୃତ

ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

image source--news first

ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଡମ୍ପର୍‌ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ହେଉଛନ୍ତି ବାରିପଦା ସହରର ୨୧ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୂର ଗ୍ରାମର ବାସିନ୍ଦା ବୈକୁଣ୍ଠ ବାରିକଙ୍କ ପୁତ୍ର ରୋହିତ।

ସକାଳ ପ୍ରାୟ ୮ଟା ବେଳେ ରୋହିତ ଜାତୀୟ ରାଜପଥର ରଙ୍ଗ୍‌ ରୁଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପର୍‌ ଟ୍ରକ୍‌ ରାଜପଥ ସନ୍ନିକଟ ଶ୍ମଶାନ ପାଖରେ ତାଙ୍କ ବାଇକ ସହ ଧକ୍କା ଖାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

publive-image

ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ରୋହିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ପଠାଇଛି। ରୋହିତ ପିତାମାତାଙ୍କର ଏକମାତ୍ର ସନ୍ତାନ ବୋଲି ଜଣାପଡ଼ିଛି।

ଦୁର୍ଘଟଣାରେ ସମ୍ପୃକ୍ତ ଡମ୍ପର୍‌ ଟ୍ରକ୍‌ ଏବଂ ତା’ର ଚାଳକଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe