ହାଇୱା ଚାପାରେ ବାଇକ୍‌ ଆରୋହୀ ମୃତ

ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ବାସୁଦେବପୁର: ବାସୁଦେବପୁର ବ୍ଳକ କସିଅା ସାମୁଦ୍ରିକ ଥାନା ବିରସ ଛକ ନିକଟରେ ଏକ ଦ୍ରୁତଗାମୀ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଉତ୍ତେଜିତ ଜନତା କ୍ଷତିପୂରଣ ସହ ବେପରୁଅା ଗାଡି ଚାଳନାର ପ୍ରତିବାଦ କରି ଶବ ରଖି ରାସ୍ତାରୋକ କରିଥିଲେ। ମୃତ ଯୁବକ ଜଣକ ସ୍ଥାନୀୟ ଗଦେଇବିନ୍ଧା ଗ୍ରାମର ରବୀନ୍ଦ୍ର ଜେନାଙ୍କ ପୁଅ ରମେଶ ଜେନା (୩୫) ବୋଲି ଜଣାପଡ଼ିଛି।

ରମେଶ ଆଜି ସନ୍ଧ୍ୟାରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ପଟୁ ଦ୍ରୁତ ବେଗରେ ଆସୁଥିବା ଏକ ହାଇୱା  ବିରସ ଛକରେ ରମେଶଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ହାଇୱା ଚାଳକ ଖସି ପଳାଇଥିଲେ। ଖବର ପାଇ ବିରସ ଛକରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ମୃତ ରମେଶଙ୍କ ପରିବାରକୁ କ୍ଷତିପୂରଣ ସହ ବେପରୁଆ ଗାଡ଼ି ଚାଳନା ପ୍ରତିବାଦରେ ଶବ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲା। ଲୋକଙ୍କ ଦାବିକୁ ମାନିବାକୁ କୌଣସି ଅଧିକାରୀ ପହଞ୍ଚିନଥିବା ସ୍ଥଳେ ଧାମରା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା।  ଭାରୀଯାନ ଧକ୍କାରେ ଅନେକ ଜୀବନ ଯାଉଥିବା ବେଳେ ଦୁର୍ଘଟଣା ଏଡାଇବା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଧାରଣାରତ ଲୋକମାନେ ନାରାବାଜି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe