Paradeep port: ୫୦ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷରିତ: ‘ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ ହେବ’

Advertisment

ମୁମ୍ବାଇର ନେସ୍କୋ ପଡ଼ିଆରେ ଇଣ୍ଡିଆ ମାରିଟାଇମ୍‌ ୱିକ୍ ୨୦୨୫ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦ୍‌ଘାଟନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି।

ମୁମ୍ବାଇର ନେସ୍କୋ ପଡ଼ିଆରେ ଇଣ୍ଡିଆ ମାରିଟାଇମ୍‌ ୱିକ୍ ୨୦୨୫ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦ୍‌ଘାଟନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି।

fshhfshfsxvbvbxv

ଭୁବନେଶ୍ବର: ମୁମ୍ବାଇର ନେସ୍କୋ ପଡ଼ିଆରେ ଇଣ୍ଡିଆ ମାରିଟାଇମ୍‌ ୱିକ୍ ୨୦୨୫ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦ୍‌ଘାଟନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ଓଡ଼ିଶାକୁ ନେଇ ୫୦ହଜାର କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।  

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବନ୍ଦରକୁ ବାଣିଜ୍ୟ, ଶିଳ୍ପ ଓ ନିଯୁକ୍ତିର ଇଞ୍ଜିନରେ ପରିଣତ କରିବାକୁ ଓଡ଼ିଶା ପ୍ରତିବଦ୍ଧ ରହିଛି, ଯାହା ଆସନ୍ତା ୨୫ ବର୍ଷରେ ଦେଶର ବିକାଶକୁ ଆଗକୁ ବଢ଼ାଇବ। ଏହି ଅବସରରେ ସେ ବିଭିନ୍ନ ନିବେଶକମାନଙ୍କୁ ଭେଟିଥିଲେ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଥିଲେ। ଓଡ଼ିଶା ଉପରେ ଆୟୋଜିତ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗକୁ ଅସ୍ତରଙ୍ଗ, ଜଟାଧାରୀ ମୁହାଣ, ସୁବର୍ଣ୍ଣରେଖା ଓ ବାହୁଦାରେ ନୂଆ ବନ୍ଦର ସହ ୨୦୪୭ ସୁଦ୍ଧା ରାଜ୍ୟର ବନ୍ଦର କ୍ଷମତାକୁ ବାର୍ଷିକ ୫୦୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ବାହୁଦା ବନ୍ଦର ଓ ପୁରୀରେ କ୍ରୁଜ୍ ଟର୍ମିନାଲ୍ ଓଡ଼ିଶାର ଉପକୂଳ ଅର୍ଥନୀତିକୁ ସୁଦୃଢ଼ କରିବ। ମହାନଦୀ ମୁହାଣରେ ବିକାଶ କରାଯିବାକୁ ଥିବା ଜାହାଜ ନିର୍ମାଣ କ୍ଲଷ୍ଟରକୁ ସେ ଏକ ମହତ୍ବାକାଂକ୍ଷୀ ପ୍ରକଳ୍ପ ବୋଲି କହିଥିଲେ।

୫୦ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷରିତ
ବାହୁଦାରେ ବନ୍ଦର, ପୁରୀରେ କ୍ରୁଜ୍‌ ଟର୍ମିନାଲ୍
ମହାନଦୀ ମୁହାଣରେ ଜାହାଜ ନିର୍ମାଣ କ୍ଲଷ୍ଟର୍‌
ଖୋର୍ଦ୍ଧାରେ ରିଲାଏନ୍ସ କରିବ ବିସ୍କୁଟ୍‌, ଚକୋଲେଟ୍‌
ଗଞ୍ଜାମରେ ୨୧୦୦ କୋଟିର ଟାଇଟାନିୟମ୍ ପ୍ରକଳ୍ପ

କାର୍ଯ୍ୟକ୍ରମରେ ଓଡ଼ିଶାରେ ଏକ କ୍ରୁଜ୍ ଟର୍ମିନାଲ୍ ବିକାଶ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ ଭାରତୀୟ ବନ୍ଦର ସଂଘ ମଧ୍ୟରେ ୫୦୦ କୋଟି ଟଙ୍କା, ପୁରୀରେ ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ବିକାଶ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ ଓଡ଼ିଶା ମାରିଟାଇମ୍‌ ବୋର୍ଡ ମଧ୍ୟରେ ୫୦୦ କୋଟି ଟଙ୍କାର ବୁଝାମଣା ହୋଇଛି। ଜାତୀୟ ଜଳମାର୍ଗ-୫କୁ କାର୍ଯ୍ୟକ୍ଷମ କରିବା ପାଇଁ ଭାରତୀୟ ଅନ୍ତର୍ଦେଶୀୟ ଜଳମାର୍ଗ କର୍ତ୍ତୃପକ୍ଷ, ପାରାଦୀପ ବନ୍ଦର, ଓଡ଼ିଶା ମାରିଟାଇମ୍ ବୋର୍ଡ ଓ କୋଇଲା ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ହୋଇଛି। ଗଞ୍ଜାମ ଜିଲ୍ଲାର ବାହୁଦାରେ ସବୁଦିନିଆ ସାଟେଲାଇଟ୍‌ ବନ୍ଦରକୁ ୨୧,୫୦୦ କୋଟି ଟଙ୍କାରେ ବିକାଶ କରିବା ଲାଗି ପାରାଦୀପ ବନ୍ଦର, ଓଡ଼ିଶା ମାରିଟାଇମ୍ ବୋର୍ଡ ଓ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ମଧ୍ୟରେ ବୁଝାମଣା ହୋଇଛି। ଏହା ବ୍ୟତୀତ, କାର୍ଯ୍ୟକ୍ରମରେ ୨୨,୭୦୦ କୋଟି ଟଙ୍କା ନିବେଶରେ ଏକ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର୍ ବିକାଶ ଲାଗି ପାରାଦୀପ ବନ୍ଦର ଓ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ବୁଝାମଣା ହୋଇଛି। ମାରିଟାଇମ୍ ମ୍ୟୁଜିୟମ୍ ଓ ୪ ଲେନ୍ ସଡ଼କ ପାଇଁ ଆଇପିଆର୍‌ସିଏଲ୍‌ ସହ ଏବଂ ପଣ୍ୟ ପରିବହନ ପାଇଁ ‘ଇଫ୍‌କୋ’ ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। 

ଏହି ଅବସରରେ ରାଜ୍ୟ ପାଇଁ ଆଉ କିଛି ନୂଆ ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। ଖୋର୍ଦ୍ଧାରେ ୯୩୮ କୋଟି ଟଙ୍କା ନିବେଶରେ ରିଲାଏନ୍ସ କଞ୍ଜ୍ୟୁମର ଲିମିଟେଡ୍‌ ଏକ ବିସ୍କୁଟ, ପାନୀୟ, ଜୁସ୍ ଓ ଚକୋଲେଟ୍ କାରଖାନା ସ୍ଥାପନ କରିବାକୁ ଚାହୁଛି। ଏହି କାରଖାନାରେ ବର୍ଷକୁ ୧୪,୦୦୦ ଟିପିଏ ବିସ୍କୁଟ, ୧୮ ନିୟୁତ କେସ୍‌ର ପାନୀୟ, ୩.୬ ନିୟୁତ କେସ୍‌ର ଜୁସ୍ ଏବଂ ୭୦୦୦ ଟିପିଏ ଚକୋଲେଟ୍‌ ଉତ୍ପାଦନ ‌କରାଯିବ। ସେହିପରି, ଜୈନ ମେଟାଲ୍‌ସ ପକ୍ଷରୁ ୨୧୦୦ କୋଟି ଟଙ୍କା ନିବେଶରେ ଗଞ୍ଜାମରେ ଏକ ୪୫୦୦୦ ଏମ୍‌ଟି କ୍ଷମତାର ଟାଇଟାନିୟମ୍ ମେଟାଲ୍ ଓ ଟାଇଟାନିୟମ୍ ଡାୟକ୍ସାଇଡ୍ କାରଖାନା ସ୍ଥାପନ କରିବା ଲାଗି ମଧ୍ୟ ପ୍ରସ୍ତାବ ଆସିଛି। 
ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଷ୍ଟଲ୍‌କୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଓଡିଶା ନୌବାଣିଜ୍ୟ ଆଧାରିତ ବାଲୁକାକଳାକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe