ଲଗାଣ ବର୍ଷାରେ ଧସିଲା ପାହାଡ଼, ଚର୍ଚ୍ଚରେ ଆଶ୍ରୟ ନେଇଛନ୍ତି ୩ ପରିବାର

Advertisment
ଲଗାଣ ବର୍ଷାରେ ଧସିଲା ପାହାଡ଼, ଚର୍ଚ୍ଚରେ ଆଶ୍ରୟ ନେଇଛନ୍ତି ୩ ପରିବାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଳକ୍ ତାରଙ୍ଗଡ଼ା ପଞ୍ଚାୟତର ୟୁ.ତାମୁସିଂ ଗ୍ରାମରେ ଆଜି ଅପରାହ୍‌ଣରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସିଯାଇଥିବା ନେଇ ସୂଚନା ମିଳିଛି। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ପାହାଡ଼ର ଏକ ନିର୍ଦ୍ଦିଷ୍ଟ ଜାଗାରୁ ଏକ ବଡ଼ ପଥର ହଠାତ୍ ଖସିପଡ଼ିବାରୁ ଲୋକେ ଆତଙ୍କିତ ହୋଇ ଉଠିଥିଲେ। ସ୍ଥାନୀୟବାସିନ୍ଦା ଇପ୍ରିୟମ୍ ଭୂୟାଁ ଏନେଇ ‘ସମ୍ବାଦ’କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପାହାଡ଼ ନିକଟ‌ରେ ରହୁଥିବା ଇପ୍ରିୟମ୍ ଭୂୟାଁ, ସିନିଅ ଭୂୟାଁ ଓ ଓଡ଼ିଆ ଭୂ୍ୟାଁ ନିଜ ପରିବାର ସହ ଚର୍ଚ୍ଚକୁ ଆଶ୍ରୟ ନେବାକୁ ପଳାଇଛନ୍ତି। ଖବର ଲେଖାଯିବା ସୁଦ୍ଧା, ବର୍ଷା କମିଥିଲେ ମଧ୍ୟ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ବର୍ତ୍ତମାନ ଏହି ଗ୍ରାମରେ ୪୦ରୁ ଅଧିକ ପରିବାର ରହୁଛନ୍ତି। କିନ୍ତୁ ପାହାଡ଼ ଲାଗି ରହିଥିବାରୁ ଏଠାରେ ସବୁବେଳେ ଭୂସ୍ଖଳନର ଭୟ ରହୁଛି। ପରିସ୍ଥିତି ଉପରେ ନଜର  ରଖିବାକୁ  ଜିଲ୍ଲାପାଳ ଅନୁପମ ଶାହା ସଂଗେ ସଂଗେ ଗୁମ୍ମା ବିଡ଼ିଓଙ୍କୁ  ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe