ଗଜପତି ଗୁମାରେ ପାହାଡ଼ ଧସି ୨୦ଟି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଲୋକେ

Advertisment
ଗଜପତି ଗୁମାରେ ପାହାଡ଼ ଧସି ୨୦ଟି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଲୋକେ

ଗୁମ୍ମା: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମନିକଟସ୍ଥ ମୁଖଲିଙ୍ଗ ପର୍ବତରୁ ମାଟି  ଧସି ହୋଇ ୨୦ଟି ଘର ପୂରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ଟି ଘର ଅଳ୍ପ ନଷ୍ଟ ହୋଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା  ହେତୁ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାତିରେ ଏଭଳି ଘଟଣା ଘଟିଥିଲେ ଅଧିକ  ଧନଜୀବନ ହାନି ଘଟିଥାନ୍ତା । ଘଟଣା ବିଷୟରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନକୁ ଖବର ଦେବାପରେ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗୀତାଞ୍ଜଳି ରଇତ,ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳରେ  ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ପାଖ ଚର୍ଚ୍ଚରେ ରଖି ଖାଇବା ବ୍ୟବସ୍ଥା କରିଥିବା ଜଣାଯାଇଛି।

publive-image

ସୌଭାଗ୍ୟବଶତଃ ଏହି ପାହାଡ଼ ଧସିବା ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି । ପ୍ରାୟ ୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ରାଜ୍ୟରେ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଏହାର ପ୍ରଭାବରେ ପାହାଡ଼ ଧସିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe