ବଡ଼କମଣ୍ଡରାରେ ଶୋକାକୁଳ ପରିବେଶ, ଗାଁ ଶ୍ମଶାନରେ ଜଳିଲା ୪ ଜୁଇ

Advertisment
ବଡ଼କମଣ୍ଡରାରେ ଶୋକାକୁଳ ପରିବେଶ, ଗାଁ ଶ୍ମଶାନରେ ଜଳିଲା ୪ ଜୁଇ

ହରିଚନ୍ଦନପୁର/ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ୭୨୦ ନମ୍ବର ଜାତୀୟ ରାଜପଥର ଉକୁଚାବେଡ଼ା ଗ୍ରାମ ନିକଟରେ ଗତକାଲି ଦୁର୍ଘଟଣାରେ ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମୃତଦେହ ଗୁଡ଼ିକ ଅଣାଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ‌ହୋଇଛି। ଗ୍ରାମ ଶ୍ମଶାନରେ ଏକସଙ୍ଗେ ୪ଟି ଜୁଇ ଜଳିଛି। କିଏ ନିଜ ରୋଜଗାରିଆ ପୁଅକୁ ହରାଇଛି ତ କାହା ପରିବାର ମୁରବି ଶୂନ୍ୟ ହୋଇଯାଇଛି।

ମୃତକଙ୍କ ପରିବାର ଲୋକଙ୍କ କାନ୍ଦବୋବାଳରେ ଗାଁ ଫାଟି ପଡ଼ୁଛି। ସୂଚନାଯୋଗ୍ୟ, ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡ଼ା ଗ୍ରାମ ନିକଟରରେ ଗତକାଲି ପୂର୍ବାହ୍ନ ସାଢ଼େ ୯ଟାବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ଜୀବନ ନାଏକ, ରାଧୁ ନାଏକ, ନବୀନ ନାଏକ, ପ୍ରହଲ୍ଲାଦ ନାଏକଙ୍କ ମୃତ୍ୟୁ ଘଟିଥିଲା। ସନାତନ ନାଏକ, ଭାସ୍କର ସେଠୀ, ଚତୁର୍ଭୁଜ ନାଏକ ଏବଂ ଧନୁର୍ଜୟପୁର ଗ୍ରାମର ଲିଟୁ ନାଏକ ଗୁରୁତର ହୋଇଛନ୍ତି। ସନାତନ ଓ ଭାସ୍କର ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe