ଶରତ କରଙ୍କ ବି‌ୟୋଗରେ ଶୋକ

Advertisment
ଅଫେରା ଋତୁ: ଆଉ ଏକ ଶରତ

sambadenglish.com

ରାଜ୍ୟ ଜଣେ ବିଶିଷ୍ଟ ରାଜନୀତିଜ୍ଞଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ବି‌ୟେ‌ାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଓ ଦକ୍ଷ ପ୍ରଶାସକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ। ଓଡ଼ିଶା ସରକାରରେ ମନ୍ତ୍ରୀ ଭାବେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ବ ଓ ପ୍ରଶାସନିକ ଅଭିଜ୍ଞତାର ପରକାଷ୍ଠା ରଖି ଯାଇଛନ୍ତି। ଜଣେ ସୁଲେଖକ ଓ ସୁବକ୍ତା ଭାବେ ସ୍ବର୍ଗତ କର ସମସ୍ତଙ୍କ ଆଦରଣୀୟ ଥିଲେ। ଓଡ଼ିଆ ସଂସ୍କୃତି ସମ୍ପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲ। ତାଙ୍କ ବି‌ୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୀତିଜ୍ଞଙ୍କୁ ହରାଇଲା।

ରାଜନୀତି ଓ ସାହିତ୍ୟରେ ଅପୂରଣୀୟ କ୍ଷତି : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବରିଷ୍ଠ ରାଜ‌େନତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଶରତ କୁମାର କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତି ଓ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶ୍ରୀ ପ୍ରଧାନ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ରାଜ୍ୟ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶା ଆଜି ଜଣେ ପରୋପକାରୀ, ବିଚକ୍ଷଣ ରାଜନେତାଙ୍କୁ ହରାଇଲା। ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସେକ୍ ମତଲୁବ ଅଲ୍ଲୀଙ୍କର ନିକଟରେ ବିୟୋଗ ଘଟିବା ପରେ ସେହି ମାଟି ପୁଣି ଆଜି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି। ସ୍ବର୍ଗତ କର ମନ୍ତ୍ରୀ ଓ ବାଚସ୍ପତି ଥିବା ବେଳେ ବହୁତ ଜନହିତକର କାର୍ଯ୍ୟ କରିଯାଇଛନ୍ତି, ଯେଉଁଥି ପାଇଁ କି ଲୋକେ ତାଙ୍କୁ ସବୁବେଳେ ମନେ ରଖିବେ। ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଯେତିକି ପାରଦର୍ଶିତା ଥିଲା, ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ସେତିକି ଖ୍ୟାତି ଥିଲା।

ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା: ବୈଜୟନ୍ତ
ଶରତ କରଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶରତବାବୁ ଆମ ପରିବାର ସହିତ ବ୍ୟକ୍ତିଗତ ଭାବେ ଜଡିତ ଥିଲେ ଏବଂ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି। ତାଙ୍କ ବିୟୋଗରେ ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଶରତ କରଙ୍କ ବିୟୋଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ମନ୍ତ୍ରୀ ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ନବ କିଶୋର ଦାସ, ରଘୁନନ୍ଦନ ଦାସ, ଜଗନ୍ନାଥ ସାର୍‌କା, ପଦ୍ମିନୀ ଦିଆନ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଆର୍ଯ୍ୟ ସମାଜର ରାଜ୍ୟ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe