ଲଳିତ ନାୟକଙ୍କ ବିୟୋଗରେ ଶୋକ

Advertisment
ଲଳିତ ନାୟକଙ୍କ ବିୟୋଗରେ ଶୋକ

YouTube

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲଳିତ ନାୟକଙ୍କ ଦେହାନ୍ତ ବି‌ଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ସହ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶୋକ ପ୍ରକାଶ କରି କହିଛନ୍ତି ଯେ ସମାଜର ଦଳିତ, ଗରିବ ଓ ଖଟିଖିଆଙ୍କ ପାଇଁ ସ୍ବର୍ଗତ ନାୟକ ସବୁବେଳେ ସ୍ବର ଉଠାଇ ଆସୁଥିଲେ। ସେ ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ଭାବେ ଦାୟିତ୍ବ ନେଇ ଶ୍ରମିକମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିଲେ। ତାଙ୍କ ମୃତ୍ୟୁ ବଲାଙ୍ଗୀର ସମେତ ସାରା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ସ୍ବର୍ଗତ ନାୟକଙ୍କୁ ଜଣେ ପ୍ରକୃତ ଯୋଦ୍ଧା‌ ବୋଲି ଅଭିହିତ କରିଛନ୍ତି। ପଶ୍ଚିମ ଓଡ଼ିଶାର ଅନେକ ସାମାଜିକ, ଅର୍ଥନୈତିକ ସମସ୍ୟା ଉପରେ ଜନ ଆନ୍ଦୋଳନର ନେତୃତ୍ବ ନେଇ ସେଗୁଡ଼ିକୁ ଶେଷ ହେବା ଯାଏ ସେ ଲଢ଼େଇ କରୁଥିଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe