ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ

Advertisment
କଂଗ୍ରେସ ମହାଅଧିବେଶନରେ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଜଣେ ଜଣାଶୁଣା ସମାଜସେବୀ ଥିଲେ। ସମସ୍ତଙ୍କୁ ସେ ନିଜର ପରିବାରର ସଦସ୍ୟ ଭଳି ବ୍ୟବହାର କରୁଥିଲେ। ଜୟନ୍ତୀ ଦେବୀ ସମସ୍ତଙ୍କ ମହଲରେ ଆଦରଣୀୟ ଓ ଜ୍ଞାନୀ ମହିଳା ଭାବେ ପରିଚିତ ଥିଲେ। ସେ ଜଣେ ସୁସାହିତ୍ୟିକ ଭାବେ ମଧ୍ୟ ପରିଚିତ ଥିଲେ। ସେ ନିଜକୁ ସବୁବେଳେ ସାମାଜିକ କାର୍ଯ୍ୟରେ ନିୟୋଜିତ ରଖିୁଥିଲେ। ବ୍ରହ୍ମପୁର ସାଂସଦ ଥିବା ସମୟରେ ତାଙ୍କର ଜନସମ୍ପର୍କ ଖୁବ୍‌ ଭଲ ଥିଲା। ତାଙ୍କର ଆତ୍ମାର ସଦ୍‌ଗତି କାମନା କରୁଛି।
- ଚିନ୍ତାମଣି ଦ୍ୟାନସାମନ୍ତରା, ପୂର୍ବତନ ବାଚସ୍ପତି

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ହେଉଛନ୍ତି ମୋର ଗୁରୁ। ସେ ସଦାସର୍ବଦା ଓଡ଼ିଶାବାସୀଙ୍କ ପୂଜନୀୟ। ତାଙ୍କ ପତ୍ନୀ ତଥା ସମାଜସେବୀ ବିଶିଷ୍ଟ ନାରୀନେତ୍ରୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ଜୟନ୍ତୀ ଦେବୀ ସବୁବେଳେ ଜନସାଧାରଣଙ୍କ ହୃଦରେ ରହିଥିବେ। ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ ସହିତ ମଙ୍ଗଳ କାମନା କରି ଏ ଦୁଃଖଦ ସମୟରେ ଶକ୍ତି ଓ ଧୈର୍ଯ୍ୟ ଦେବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
- ରାମଚନ୍ଦ୍ର ବେହେରା, ଛତ୍ରପୁର ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe