କର୍କଟ କେନ୍ଦ୍ର-ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ : ମେଡିକାଲ ଫିଜିକ୍ସ ଛାତ୍ରଛାତ୍ରୀ ଆଚାର୍ଯ୍ୟ ହରିହରରେ ଇଣ୍ଟର୍ନସିପ୍‌ ନେବେ

Advertisment
କର୍କଟ କେନ୍ଦ୍ର-ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ : ମେଡିକାଲ ଫିଜିକ୍ସ ଛାତ୍ରଛାତ୍ରୀ ଆଚାର୍ଯ୍ୟ ହରିହରରେ ଇଣ୍ଟର୍ନସିପ୍‌ ନେବେ

Telegraph India

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଏଣିକି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶିକ୍ଷାନବିସ (ଇଣ୍ଟର୍ନସିପ୍‌) କରିବେ। ବର୍ଷକ ପାଇଁ ‌ଛାତ୍ରଛାତ୍ରୀମାନେ ସେଠାରେ ପାଠ ପଢିବେ। ଏଥିସହିତ ବିକିରଣ ପଦାର୍ଥ ବିଜ୍ଞାନ (ରେଡିଏସଡ଼୍‌ ଫିଜିକ୍ସ) ସଂପର୍କରେ ମଧ୍ୟ ସେମାନଙ୍କୁ ଶିକ୍ଷା ଦିଆଯିବ। ଚଳିତବର୍ଷ ଆସନ୍ତା ସେପ୍ଟେମ୍ବରରୁ ୮ରୁ ୧୦ ଜଣ ଛାତ୍ରଛାତ୍ରୀ ଆଚାର୍ଯ୍ୟ ହରିହରକୁ ଇଣ୍ଟର୍ନସିପ୍‌ ପାଇଁ ଆସିବେ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ଗତବର୍ଷ ଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ନାମଲେଖା ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମ ଲେଖା ପ୍ରକ୍ରିୟା ଏକପ୍ରକାର ଆରମ୍ଭ ହୋଇଛି। ଏଥିପାଇଁ ଭିତ୍ତିଭୂମିର ବିକାଶ ଓ ଏହି ପାଠ୍ୟକ୍ରମକୁ ଅନୁମତି ମିଳିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ କଟକ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ର ମଧ୍ୟରେ ଏହି ପାଠ୍ୟକ୍ରମକୁ ନେଇ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ସଂଜତ୍‌ ସାହୁ, ସ୍କୁଲ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ଓ.ପି ଓଝା ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ଓୟୁ ଅନୁସାରେ, ମେଡିକାଲ ଫିଜିକ୍ସ ପାଠ୍ୟକ୍ରମରେ ପାଠ ପଢୁଥିବା ପିଲାମାନେ ଗୋଟିଏ ବର୍ଷ ଆଚାର୍ଯ୍ୟ ହରିହରରେ ଇଣ୍ଟର୍ନସିପ୍‌ କରିବେ। ଆପାତତଃ ଆସନ୍ତା ସେପ୍ଟେମ୍ବରରୁ ଏହା ଆରମ୍ଭ ହେବ। ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମରେ ୮ରୁ ୧୦ଜଣ ପିଲା ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ କରିବେ। ଏ ସଂପର୍କରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମେଡିକାଲ ଫିଜିକ୍ସ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ପି. କେ. ହୋତାଙ୍କୁ ଯୋଗାଯୋଗ କରିବାରୁ ଏମ୍‌ଓୟୁ ହୋଇଥିବା କଥାକୁ ସେ ସ୍ବୀକାର କରିବା ସହ ଏଥିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦୋଶକଙ୍କ ସମେତ ସମ୍ବଲପୁର ବିଶ୍ବବିଦ୍ୟାଳୟ ରେଜିଷ୍ଟାର, ସ୍କୁଲ ଅଫ୍ ଫିଜକ୍ସର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe