ଆଜି ଅପରାହ୍ନରେ ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

Advertisment
ଆଜି ଅପରାହ୍ନରେ ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

indiatvnews.com

ଭୁବନେଶ୍ୱର: ସୋମବାର ଅପରାହ୍ନ ୨.୧୫ରୁ ୫.୧୫ ଭିତରେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ରହିବ ବୋଲି ସୂଚନା ମିଳିଛି।

ରାଜ୍ୟର ପ୍ରାୟ ୧୫ଟି ଜିଲ୍ଳାରେ ଏହି କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେଉଁ ୧୫ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସୂଚନା ରହିିଛି ସେ ଜିଲ୍ଲାଗୁଡ଼ିକ ହେଉଛି ମାଲକାନିଗିର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୂଆପଡ଼ା , ସୋନପୁର, ବରଗଡ଼, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ ଢେଙ୍ଗାନାଳ।

ଏହି ସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବା ହେତୁ ଚାଷୀମାନଙ୍କୁ ବର୍ଷା ସମୟରେ ବାହାରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସଂଧ୍ୟ/ରାତି ସମୟରେ ପାଗ କାଉଁଳିଆ ରହିବା ସହ ସାମାନ୍ୟ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe